ଶ୍ରୀମନ୍ଦିରରେ ପ୍ରବେଶ ମହଙ୍ଗା ପଡ଼ିଲା: ୪ ଏଏନଏମ ବହିଷ୍କୃତ

ପୁରୀ ସହରବାସୀ ବର୍ତ୍ତମାନ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଏଥିପାଇଁ ନାନାଦି କଟକଣା ଜାରି ହୋଇଛି। କୋଭିଡ୍ ନିୟମ କଡ଼ାକଡ଼ି କରାଯାଇଛି। ତଥାପି ସବୁ ନିୟମକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିବା ଠିକା ନିଯୁକ୍ତି ପାଇଥିବା ୪ ଏଏନଏମଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟରେ ଅବହେଳା ଓ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୪ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଏହି ୪ଜଣ ଶ୍ରୀମନ୍ଦିର ସିଂହଦ୍ବାରରେ ଥର୍ମାଲ୍ ସ୍କ୍ରିନିଂ ଦାୟିତ୍ବରେ ଥିଲେ। ଗତ ୨୭ ତାରିଖରେ ଡ୍ୟୁଟିରେ ଥିବା ସମୟରେ କାହାରିକୁ କିଛି ନ କହି, ଶ୍ରୀମନ୍ଦିର ପ୍ରବେଶ କଟକଣା ଭାଙ୍ଗି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ୪ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି।

ସୂଚନାଯୋଗ୍ୟ, ୪ ଏଏନଏମ କୋଭିଡ୍ ପାଇଁ ଠିକା ନିଯୁକ୍ତି ପାଇଥିଲେ। ୩୧ ତାରିଖରେ ସେମାନଙ୍କର ଠିକା ନିଯୁକ୍ତି ସମୟ ଶେଷ ହେଉଥିଲା।

Spread the love