ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ ୪ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ଗୃହରେ ଦରଦାମ ବୃଦ୍ଧିକୁ ନେଇ ପ୍ଳାକାର୍ଡ ଧରି ସରକାରଙ୍କ ବିରୋଧରେ ନାରାବାଜି କରୁଥିବା ଚାରି କଂଗ୍ରେସ ଏମପି ଯଥା ତାମିଲନାଡୁର କଂଗ୍ରେସ ଏମପି ମଣିକମ ଟାଗୋର, ଜୋଠିମଣି, କେରଳର ରାମ୍ୟ ହରିଦାସ ଓ ଟି ଏନ ପ୍ରାଥପନ୍ ଙ୍କୁ ଗୃହରୁ ବହିଷ୍କାର କରିଛନ୍ତି ସ୍ପିକର ଏମ ବିର୍ଲା । ଚଳିତ ମୌସୁମୀ ଅଧିବେଶନ ପାଇଁ ଏହି ୪ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବନ ପରେ କଂଗ୍ରେସ ସାଂସଦ ସଂସଦ ଭବନ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବସି ପ୍ରତିବାଦ ଜାରି ରଖିଛନ୍ତି ।ଏପଟେ ଏନେକ କଂଗ୍ରେସ ଲୋକସଭା ଅଧ୍ୟକ୍ଷ ଏମ ବିର୍ଲାଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରାଯାଇଛି । କଂଗ୍ରେସ କହିଛି ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ଅଛି । ଲଗାତାର ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ବ୍ୟଥିତ କରୁଛି । ଜଣେ ଜନପ୍ରତିନିଧି ହିସାବରେ ସେମାନେ ସଂସଦରେ ବିରୋଧ ପ୍ରଦର୍ଶନ କରୁଥିଲେ । ସେମାନଙ୍କୁ ସମ୍ପୂର୍ଣ୍ଣ ସେସନରୁ ନିଲମ୍ବିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

 

Spread the love