ଯାଜପୁର ଜିଲ୍ଲାରୁ ଆଉ ୪ କରୋନା ପଜିଟିଭ

ଭୁବନେଶ୍ୱର, ୨୩/୦୪:  ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ୮୭କୁ ଛୁଇଁ ଲା ଆକ୍ରାନ୍ତଙ୍କ ସଂଖ୍ୟା।  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରୁ  ଜଣାପଡିଛି।  ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଯାଜପୁର ବ୍ଲକ ର ହୋଇଥିବାବେଳେ ଜଣେ ଦଶରଥ ପୁର ର ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ଯାଜପୁରରେ ମୋଟ ୧୨ ଜଣ ଆକ୍ରାନ୍ତ ହେଲାଣି।

Spread the love