୯୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ, ଆଦାୟ ହେଲା ୫୫ ହଜାର ୮୫୦ ଟଙ୍କା ଜରିମାନା

ଖଲ୍ଲିକୋଟ:  ଟ୍ରାଫିକ ନିୟମ ଉଲ୍ଲଘଂନକାରୀ ଉପରେ ଆକ୍ସନ। ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟିର ନିର୍ଦ୍ଦଶେକ୍ରମେ ରାଜ୍ୟରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ କରାଯାଇଛି ସ୍ପେଶାଲ ଡ୍ରାଇଭ । ଅକ୍ଟୋବର ୧୮ରୁ ଅକ୍ଟୋବର ୨୧ ତାରିଖ ଚାରି ଦିନିଆ ଚାଲିଥିଲା ସ୍ପେଶାଲ ଡ୍ରାଇଭ । ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ରେ ଧରପଗଡ ଅଭିଯାନ କରାଯାଇଥିଲା। ଆରଟିଓ ପକ୍ଷରୁ ମଧ୍ୟ  କଡାକଡି ଯାନବାହାନ ଚେକିଂ କରାଯାଇଥିଲା।  ୯୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୫୫ ହଜାର ୮୫୦ ଟଙ୍କା  ଜରିମାନା ଆଦାୟ କରାଯାଇଛି।  

ଗାମ ଆରଟିଓ ମାନସ ରନ ସାହୁଙ୍କ ତତ୍ତ୍ଵାବଧାନରେ ଚାଲିଥିବା ଯାଂଚ ବଳେ ୨୪୯ ଜଣ ବାଇଲ ଚାଳକ ହେଲମେଟ ପିନ୍ଧିନଥିବାରୁ ଜରିମାନା ପକାଯାଇଛି। ସେହିଭଳି ୭୭ ଜଣ ଗାଡି ଚାଳକ ସିଟ୍ ବେଲ୍ଟ ପିନ୍ଧିନଥିଲେ। ୧୧ ଜଣ ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର, ୧୬୬ ଜଣ ଦ୍ରୁତ ଗତିରେ ଗାଡି ଚଲାଉଥିଲେ। କାର୍ଯ୍ୟାନୁଷ୍ଠାନକ୍ରମେ ୩୪ ଗାଡି ସିଜ କରାଯାଇଛି ଏବଂ ୯୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ଓ ୩୪୧ ଜଣ ଅନ୍ୟାନ୍ୟ ବାବଦରେ ଧରାପଡିଛନ୍ତି। ଏକ ଲକ୍ଷ ୫୫ ହଜାର ୮୫୦ ଟଙ୍କା ଜୋରିମାନା ଆଦାୟ ହୋଇଥିବା କୁହାଯାଇଛି। ରାଜ୍ୟରେ ଗଞ୍ଜାମ ଜିଲାରେ ସର୍ବାଧିକ ସଡକ ଦୁର୍ଘଟଣାରେ ଲୋକ ମୃତ୍ୟୁ ଘଟିଛି।   

Spread the love