ବିଷାକ୍ତ ମଦ ପିଇବା କାରଣରୁ ୪ ଜଣଙ୍କ ମୃତ୍ୟୁ, ୧୬ ଜଣ ଗୁରୁତର

ବିଷାକ୍ତ ମଦ ପିଇବା କାରଣରୁ ଉତ୍ତରପ୍ରଦେଶର ବୁଲନ୍ଦସହରରେ ୪ଜଣଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଦୀକ୍ଷିତ କୁମାର ତ୍ୟାଗୀ, ଲାଇଟ ଇନଚାର୍ଜ ଏବଂ ଆଉଟପୋଷ୍ଟ ଇନ୍-ଚାର୍ଜ ଅନୋଖୀ ପୁରୀଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ଏହି ମାମଲାରେ ତିନି ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି।

ସିକନ୍ଦରବାଦ୍ କୋଟୱାଲି ଗ୍ରାମ ଜିତଗରୀରେ ବିଷାକ୍ତ ମଦ ପିଇ ଅନେକ ଲୋକ ଅସୁସ୍ଥ ହୋଇପଡିଥିଲେ ଯେଉଁଥିରେ ଆଜି ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୧୬ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଏକ୍ସାଇଜ୍ ବିଭାଗର ସହଯୋଗରେ ବିଷାକ୍ତ ମଦ ବିକ୍ରି ହେଉଛି। ଏହି ଘଟଣା ପରେ ମଦ ମାଫିଆ କୁଲଦୀପ ଫେରାର ଅଛନ୍ତି ।

ଡିଏମ ରବିନ୍ଦ୍ର କୁମାର କହିଛନ୍ତି ଯେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କିଛି ଗ୍ରାମବାସୀ କହିଛନ୍ତି ଯେ ଏହି ସମସ୍ତ ଲୋକ ମଦ୍ୟପାନ କରିଥିଲେ, ଯାହା ପରେ ସେମାନଙ୍କ ଅବସ୍ଥା ବିଗିଡି ଯାଇଥିଲା। ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ପାଇଁ ପୋଲିସ ପଠାଇଛି  ।

ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀମାନଙ୍କ ଉପରେ ଏନଏସଏ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ପ୍ରତ୍ୟେକ ପୀଡିତଙ୍କୁ ସୁଚିକିତ୍ସା ଯୋଗାଇବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love