କଟକ ସହରରେ ଚିହ୍ନଟ ହେଲେ ୪ କରୋନା ଆକ୍ରାନ୍ତ

କଟକ ସହରରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ  ଜଣେ ହୋମ୍ କ୍ୱାରେଣ୍ଟିନ ଓ ଅନ୍ୟ ଜଣେ ଲୋକାଲ କେସ୍ ବୋଲି ଜଣାପଡ଼ିଛି। ଏନେଇ ସିଏମ୍‌ସି ପକ୍ଷରୁ ଟ୍ୱିଟ କରାଯାଇଛି।

ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ୪୬ ବର୍ଷୀୟ ବ୍ୟକ୍ତିଙ୍କ ଘର ସିଡିଏ ସେକ୍ଟର-୬ରେ। ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍‌ରେ ଥିବା ୨ ଜଣଙ୍କ ମଧ୍ୟରୁ ଜଣେ ୬୦ ବର୍ଷୀୟା ମହିଳା ହୋଇଥିବା ବେଳେ ଆଉ ଜଣେ ୩୪ ବର୍ଷୀୟ ଯୁବକ।  ଯୁବକଜଣକ ହାଇଦ୍ରାବାଦରୁ ଫେରିଥିବା ବେଳେ ମହିଳାଜଣକ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହାବ୍ୟତୀତ ସୁତାହାଟର ଜଣେ ୩୬ ବର୍ଷୀୟା ମହିଳା ହେଉଛନ୍ତି ଲୋକାଲ କେସ୍।

କଟକ ସହରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା   ୨୯୫ରେ ପହଞ୍ଚିଥିବା ବେଳେ  ୧୫୪ ଜଣ ଚିକିତ୍ସାଧୀନ ଅଛନ୍ତି। ୧୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ଜଣ କରୋନାରେ ଆଖି ବୁଜି ସାରିଲେଣି।

Spread the love