ଭାରସାମ୍ୟ ହରାଇ ଓଲଟି ପଡ଼ିଲି କୁଣ୍ଡା ବୋଝେଇ ଟ୍ରକ, ୪ ଗୁରୁତର

କୋରାପୁଟ ସହର ମଧ୍ୟ ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା।  ଭାରସାମ୍ୟ ହରାଇ ଓଲଟି ପଡ଼ିଲି କୁଣ୍ଡା ବୋଝେଇ ଟ୍ରକ। ଘଟଣା ସ୍ଥଳରେ ସାମ୍ନାରେ ଯାଉଥିବା ଏକ କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାରରେ ଥିବା ଚାରିଜଣ ଗୁରୁତର ହୋଇଛନ୍ତି ।ଗୁରୁତର ଆହାତଙ୍କୁ ମେଡିକାଲକୁ ସ୍ଥାନାନ୍ତର କରିଛି କୋରାପୁଟ ଟାଉନ ଥାନା ପୋଲିସ ‌। ଘଟଣା ସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଟ୍ରକ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିଲା, ଯେଉଁଥିପାଇଁ ଏଭଳି ଦୁଘର୍ଟଣା ଘଟିଲା।

Spread the love