ପୁଞ୍ଚ ଜିଲ୍ଲା‌ରେ ଗୁଳି ବିନିମୟରେ ୪ ଆତଙ୍କବାଦୀ ନିହତ

ଜାମ୍ମୁ କଶ୍ମୀର: ଜାମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲା‌ର ସିନ୍ଧରା ଅଞ୍ଚଳରେ ଏକ ମିଳିତ ଅପରେସନରେ ସୁରକ୍ଷା ବଳ ଦ୍ବାରା ୪ ଜଣ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କୁ ନିହତ କରାଯାଇଛି।
ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ପ୍ରଥମେ ସୋମବାର ରାତି ୧୧.୩୦ ବେ‌ଳେ ହୋଇଥିଲା। ଯାହା ପରେ ଅନ୍ୟ ରାତିରେ ନୀରିକ୍ଷଣ ଉପକରଣ ସହିତ ଡ୍ରୋନ୍ ନିୟୋଜିତ କରାଯାଇଥିଲା।
ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଗୁଳି ବିନିୟମ‌ୟରେ ୪ ଆତଙ୍କବାଦୀଙ୍କ ଜୀବନ ଯାଇଛି।

ଏ ନେଇ ଭାରତୀୟ ସେନା ପକ୍ଷରୁ କୁହାଯାଇଛଇ କି ଘଟଣାସ୍ଥଳରୁ ଚାରିଟି ଏକେ-୪୭ ରାଇଫଲ୍‌, ଦୁଇଟି ପିସ୍ତଲ୍‌ ଜବତ ହୋଇଛି।

ଏହି ଅପରେସନରେ ଭାରତୀୟ ସେନାର ସ୍ପେଶାଲ ଫୋର୍ସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ କଶ୍ମୀରର ପୁଲିସ୍ କର୍ମଚାରୀମାନେ ଏହି ଅପରେସନର ଏକ ଅଂଶ ଥିଲେ।
ଏହି ଅପରେସନରେ ନିହତ ହୋଇଥିବା ଆତଙ୍କବାଦୀମାନଙ୍କର ପରିଚୟ ଜଣାପଡୁଛି ବୋଲି ଭାରତୀୟ ସେନା ଅଧିକାରୀ କହିଛନ୍ତି।ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Spread the love