ଢେଙ୍କାନାଳରେ ଲଜ୍ଜା : ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଖରଖରି ଗ୍ରାମରେ ଏକ ଲଜ୍ଜ୍ୱାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗାଁର ହାଟ ପାଖ ମାରାମ୍ବୁରୁ ନାଳରେ କେହି ଦୁର୍ବୁତ୍ତ ଗାଁର ବିକ୍ରମ ସୋରେନଙ୍କ ୪ ବର୍ଷର ଝିଅ ଉଷଶୀକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଗୁରୁବାର ସଂନ୍ଧ୍ୟାରେ ବିକ୍ରମଙ୍କ ଝିଅ ଉଷଶୀ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଝିଅର କୌଣସି ସନ୍ଧାନ ମିଳିନଥିଲା। ଆଜି ସକାଳେ ସ୍ଥାନୀୟ ଲୋକମାନେ ତାଙ୍କୁ ମାରାମ୍ବୁରୁ ନାଳରେ ପଡ଼ି ଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, କଙ୍କଡ଼ାହାଡ଼ ଥାନା ଅଧିକାରୀ ଆଶିଷ ଜେନା ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Spread the love