୫-ଟି ଲଗାଇ ହଡପ ହୋଇଥିବା ଗୋଚର ଜମିକୁ ସରକାରୀ ଖାତାକୁ ଫେରାଯାଉ:ବିଜେପି

ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ସରକାରୀ ଜମିକୁ ହଡପ କରିଛନ୍ତି । ମହାରଥୀ ବେଆଇନ ଭାବେ ସରକାରୀ ଜମିକୁ ହଡପ କରି ନିଜ ଫାର୍ମ ହାଉସରେ ମିଶାଇଛନ୍ତି । ଓଡିଶା ସରକାରଙ୍କର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଥାଇ ସେ ସର୍ବସାଧାରଣ ସମ୍ପତି, ଜଳସେଚିତ କେନାଲ ଜମି, ଗୋଚର, ଚକନାଳୀ, ଚକ ରାସ୍ତା, ରିଜର୍ଭ୍ ଜଙ୍ଗଲ, ଅନାବାଦି, ଚକ ରାସ୍ତା ଆଦିକୁ ନିଜ ହୁଙ୍କେଇପୁର ଫାର୍ମ୍ ହାଉସ୍ ରେ ମିଶାଇ ଜବର୍ ଦଖଲ କରି ସର୍ବସାଧାରଣ ଚାଷୀମାନଙ୍କର ଚାଷକାମରେ ଅସୁବିଧା ସୃଷ୍ଟି କରୁଛନ୍ତି । ତାଙ୍କର ହୁଙ୍କେଇପୁର ଫାର୍ମ୍ ହାଉସ୍ ନିକଟବର୍ତୀ ମୌଜା ପୋଢାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟ୍କୁ ତାଙ୍କ ଫାର୍ମ ହାଉସରେ ମିଶାଇ ଦେଇ ଭୋଗ ଦଖଲ କରୁଛନ୍ତି ।  ଶହ ଶହ ଏକର ସରକାରୀ ଓ ସର୍ବସାଧାରଣକୁ ଜମି ହଡପ କରିବା ବିରୁଦ୍ଧରେ ରାଜ୍ୟ ସରକାର ନୀରବ କାହିଁକି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ରାଜ୍ୟକାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ,ମହାରଥୀଙ୍କ ବେଆଇନ ଜମି
ଜବରଦଗଖଲ ବିରୋଧରେ ପୁର୍ବତନ ବିଧାୟକ ଯୁଧିଷ୍ଟିର ସାମନ୍ତରାୟ କେସ ନଂ ୭୬୭୧ / ୨୦୧୫ ଓଡିଶା ହାଇକୋର୍ଟରେ ଏ ସଂକ୍ରାନ୍ତରେ ମୋକଦ୍ଦମା କରିଥିଲେ । ମାନ୍ୟବର ହାଇକୋର୍ଟ ୨୩/୦୨/୨୦୧୬ରେ ନିର୍ଦ୍ଦେଶ ଦେଇଥିଲେ ଯେ, ଦରଖାସ୍ତକାରୀ
ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ନିକଟରେ ଦରଖାସ୍ତ କରିବେ ଏବଂ ଜିଲ୍ଲାପାଲ ଦୁଇ ମାସ ଭିତରେ ନିଷ୍ପତି ନେବେ ।

ମାତ୍ର ଜିଲ୍ଲାପାଳ ଆଜି ପର୍ଯ୍ୟନ୍ତ କୈାଣସି ନିଷ୍ପତି ନେଇ ନାହାନ୍ତି କାହିଁକି ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟିକରିଛି । ସେହି ସମୟରେ ଦୁଇ ବିରୋଧୀ ଏକାଠି ହୋଇ ସଚିବାଳୟରେ କୋଳାକୋଳି ହେଉଥିବା ଦୃଶ୍ୟ ରାଜ୍ୟବାସୀ ଦେଖିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯିଏ ଏହି ଦୁର୍ନୀତି ବିରୁଦ୍ଧରେ କୋର୍ଟକୁ ଯାଇଥିଲେ ସେ ହଠାତ୍ ମହାରଥୀଙ୍କ ପାଖରେ ଶରଣ ପଶିଥିଲେ । କାରଣ ଖୋଦ୍ ଯୁଧିଷ୍ଟର ସାମନ୍ତରାୟ ପିପିଲିରେ ୩୦୦ କୋଟିରୁ ଉଦ୍ଧ୍ୱର୍ ଜମିକୁ ହଡପ କରିଛନ୍ତି ।
ଶ୍ରୀ ଯୁଧିଷ୍ଟିର ସାମନ୍ତରାୟଙ୍କର (କେଦାର ବାବୁ) ତାଙ୍କର ଜଣେ ଘନିଷ୍ଠ ସହେଯାଗୀ ଓ ବିଶ୍ୱସ୍ତ କର୍ମୀଙ୍କ ବାପା ୰ରାଜ
କିଶୋର ମହାପାତ୍ର ଓ ତାଙ୍କ ଭାଇଙ୍କ ଶ୍ୱଶୁରଙ୍କ ନାମରେ ଚଂଚକତା କରି ପିପିଲି ତହସିଲରେ ୫୬ ଏକର ରୁ ଉର୍ଦ୍ଧ ଗୋଚର ଜମିକୁ ତତ୍କାଳିନ ତହସିଲଦାର୍ ଓ ଜିଲ୍ଲାପାଳ ମାନଙ୍କ ସହାୟତାରେ ହଡପ୍ କରିନେଇଛନ୍ତି, ଯାହାର ଆନୁମାନିକ ମୁଲ୍ୟ ୩୦୦ କୋଟି ଟଙ୍କା ରୁ ଉଦ୍ଧ୍ୱର୍ ହେବ । ଶିଉଳା ମୌଜା-ପିପିଲି ତହସିଲ୍ ଅଫିସ ର ଖାତା ନଂ-୩୦୭ ରେ ପ୍ଲଟ୍ ନଂ –
୬୬୨/,୭୭୧/,୮୨୧/,୯୯୩,/୯୯୬ ରେ ୧୦ ଏକର ରୁ ଉର୍ଦ୍ଧ ଜମି ୧୯୨୭ ମସିହାରେ ରେକର୍ଡ ଅଫ ରାଇଟସ ଅନୁସାରେ
ଗୋଚର ଥିଲା । ୧୯୬୬ ମସିହାରେ ସେଟେଲ୍ମେଂଟ ରେକର୍ଡ ଅନୁସାରେ ଏସବୁ ଜମି ର ହାଲ ଖାତା -୫୯୮ ହୋଇ ଗୋଚର
ଜମି ବୋଲି ରେକର୍ଡ ଥିଲା । ଏହା ପରେ ଚକବନ୍ଦି ରେ ବି ଏହା ଗୋଚର ଜମି ବୋଲି ରେକର୍ଡ ହୋଇଥିଲା । ମାତ୍ର ୧୯୭୪
ମସିହାରେ ରାଜକିଶୋର ମହାପାତ୍ର ନାମକ ଜୈନିକ ବ୍ୟକ୍ତି ନାମରେ ଉକ୍ତ ୧୦ ଏକରରୁ ଉର୍ଦ୍ଧ ଜମି ଗୋଟିଏ ମିସ୍ କେସ୍ ମାଧ୍ୟମରେ ତତ୍କାଳୀନ ତହସିଲଦାର ଚଂଚକତା ପୂର୍ବକ ସେହି ଜମିକୁ ଓଡିଶା ଇଷ୍ଟେଟ ଆବୋଲିସନ ଆକ୍ଟ ଅନୁସାରେ ସେଟେଲ୍ କରିଛନ୍ତି ବୋଲି ଏକ ନକଲି କାଗଜ ତହସିଲ ଅଫିସରେ କିଛି କର୍ମଚାରିଙ୍କୁ ଧରି ପ୍ରସ୍ତୁତ କରିଥିଲେ । ତତ୍କାଳୀନ ଜିଲ୍ଲାପାଳ ତା.୩.୦୭.୨୦୧୦ ରେ ଏହାକୁ ଧରିପାରିଥିଲେ । ଚଂଚକତାପୁର୍ଣ୍ଣ ଓ ବେଆଇନ ହୋଇଛି ବୋଲି ରାଜସ୍ୱ ପରିଷଦଙ୍କ ଅଦାଲତ ରେ ଓଡିଶା ଇଷ୍ଟେଟ ଆବୋଲିସନ ଆକ୍ଟ ରିଭିଜନ କେସ୍ ନଂ -୭/୨୦୧୦ ରେ ଏକ ମୋକଦ୍ଦମା ଦାଖଲ କରିଥିଲେ , ଯାହା ବର୍ତମାନ ସୁଦ୍ଧା ବିଚାର ନ ହୋଇ ପଡିରହିବାର କାରଣ କଣ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ସେହିପରି ମୌଜା ଏକଚାଳିଆ ତହସିଲ୍ ପିପିଲି ଖାତା ନଂ-୩୧୮ରେ (ସାବକ)ଏ ୨୧. ୮୯ ଡିସିମିଲି୍ ଗୋଚର ଜମିକୁ
ରାଜକିଶୋର ମହାପାତ୍ରଙ୍କ ନାମରେ ଚଂଚକତା ପୂର୍ବକ ରେକଡର୍୍ କରିନିଆଯାଇଛି । ଯାହାର ଆନୁମାନିକ ମୁଲ୍ୟ ୮୮ କୋଟି ରୁ ଅଧିକ ହେବ । ମୌଜା ନିଜିଗଡ କୁରୁଖି – ପିପିଲି ତହସିଲ୍ ରେ ଖାତା ନଂ-୧୬୬ ,ପ୍ଲଟ୍ ନଂ-୫ (ସାବକ) ୧୭୧ ଏକର ଗୋଚର ଜମି ମଧ୍ୟରୁ ୨୫ ଏକର ଜମି ଉଦ୍ୟନାଥ ଜେନାଙ୍କ ନାମରେ ଚଂଚକତା କରି ହଡପ୍ କରିନେଇଛନ୍ତି । ଉଦ୍ୟନାଥ ଜେନା ଶ୍ରୀ ଯୁଧିଷ୍ଟିର ସାମନ୍ତରାୟଙ୍କର ନିଜ ଭାଇ ନରେନ୍ଦ୍ର ସାମନ୍ତରାୟଙ୍କ ଶ୍ୱଶୁର ଅଟନ୍ତି । ଏହି ୨୫ ଏକର ଜମି ଓଡିଶା ଇଂଜିନିୟରିଙ୍ଗ କଲେଜ ସାମ୍ନାରେ
ଅବସ୍ଥିତ ଏବଂ ଯାହାର ଆନୁମାନିକ ମୁଲ୍ୟ ୧୨୫ କୋଟି ରୁ ଉର୍ଦ୍ଧ ହେବ । ଗୋଚର କିସମର ଜମି କୌଣସି ମତେ କେଉଁ ଆଇନ୍
ବଳରେ କୌଣସି ବ୍ୟକ୍ତି ନାମରେ ରେକର୍ଡ କରାଯାଇପାରିବ ନାହିଁ । ଏ ସଂକ୍ରାନ୍ତରେ ଉଚ୍ଚନ୍ୟାୟାଳୟ ଅନେକ ରାୟ ପ୍ରଦାନ କରିଛନ୍ତି । ଚଂଚକତା କରି ହଡପ୍ କରାଯାଇଥିବା ଜମିକୁ ଆଇନ୍ ଅନୁସାରେ ଯେକୌଣସି ସମୟରେ ଜିଲ୍ଲାପାଳ ରିଭ୍ୟୁ କରିପାରିବା ର ବ୍ୟବସ୍ଥା ଅଛି ଏବଂ ସେ ଜମିକୁ ସରକାରୀ ଖାତା କୁ ଫେରାଇ ଆଣିବାର ଆଇନ୍ଗତ ବ୍ୟବସ୍ଥା ଅଛି । ଏହାସତ୍ୱେ ସରକାର ଚୁପ୍ କାହିଁକି ବୋଲି ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଆଶ୍ରିତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
କୋଟି କୋଟି ଟଙ୍କାର ସର୍ବସାଧାରଣ ଗୋଚର ଜମିକୁ ଯେଉଁମାନେ ହଡପ୍ କରିନେଇଛନ୍ତି ସେମାନଙ୍କ ବିରୋଧରେ
ସରକାର ତୁରନ୍ତ ପଦକ୍ଷେପ ନେବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ରାଜ୍ୟସରକାର ୫-ଟି କଥା କହୁଥିବାବେଳେ ସେହି ୫-ଟି ଲଗାଇ ହଡପ ହୋଇଥିବା ଗୋଚର ଜମିକୁ ସରକାରୀ ଖାତାକୁ ଫେରାଯାଉ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love