ଉର୍ବଶୀ ପିଉଥିବା ପାଣି ଲିଟରକୁ ୪ହଜାର ଟଙ୍କା

ବଲିଉଡ୍‌ ସୁନ୍ଦରୀ ଉର୍ବଶୀ ରୌତେଲା ଏହି କ୍ଷେତ୍ରରେ ବିରାଟଙ୍କୁ ପଛରେ ପକାଇ ଦେଇଛନ୍ତି। ସୂଚନା ମୁତାବକ, ଉର୍ବଶ୍ରୀ ଏବେ ଯେଉଁ ପାଣି ପିଉଛନ୍ତି, ତାହାର ଲିଟର ଭାରତୀୟ ମୁଦ୍ରାରେ ପ୍ରାୟ ୪ହଜାର ଟଙ୍କା ହେବ। ସାଧାରଣତଃ ପାଣିର କୌଣସି ରଙ୍ଗ ନଥିବା ବେଳେ ଉର୍ବଶୀ ପିଉଥିବା ପାଣିର ରଙ୍ଗ କଳା। ଏହି ପାଣି ପିଇଲେ ଶରୀରର ପି.ଏଚ୍ ସନ୍ତୁଳନ ନିୟନ୍ତ୍ରଣରେ ରୁହେ। ତେବେ ପୂର୍ବରୁ ସେ ଏଭଳି ଦାମୀ ପାଣି ପିଉନଥିଲେ। ଏବେ ମହାମାରୀ କରୋନା ପରିପ୍ରେକ୍ଷୀରେ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସେ ଏହାକୁ ବ୍ୟବହାର କରୁଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଲକ୍ଷାଧିକ ଟଙ୍କାର ପୋଷାକ ପିନ୍ଧି ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଚକ୍ଷୁଶୀଳ ପାଲଟିଥିଲେ ଉର୍ବଶୀ।

Spread the love