୨୪ ଘଣ୍ଟାରେ ୪୭୬୧ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୭୪୬୪ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୮୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୯୭୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୧ଜଣ, ବାଲେଶ୍ୱର ଜିଲ୍ଲାରୁ ୮୪ଜଣ, ବରଗଡ଼ ଜିଲ୍ଲାରୁ ୧୯୮ଜଣ, ଭଦ୍ରକ ଜିଲ୍ଲାରୁ ୬୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୨୨ଜଣ, ବୌଦ୍ଧ ଜିଲ୍ଲାରୁ ୨୩ଜଣ, କଟକ ଜିଲ୍ଲାରୁ ୧୭୬ଜଣ, ଦେଓଗଡ଼ ଜିଲ୍ଲାରୁ ୩୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ଜଣ, ଗଜପତି ଜିଲ୍ଲାରୁ ୩୧ଜଣ, ଗଞ୍ଜାମ ଜିଲ୍ଲାରୁ ୪୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୨ଜଣ,

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୭୭୪୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୮୨୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୭୬୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୬୬୮୪୦୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Spread the love