ରାଜ୍ୟରେ ୪୮୨ ଡେଙ୍ଗୁ ଆକ୍ରାନ୍ତ

ଭୁବନେଶ୍ୱର,୩୧/୦୭: ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ରାଜ୍ୟରେ ୬୧୪ ଡେଙ୍ଗୁ ରୋଗୀ ଥିବା ବେଳେ ବିଏମ୍ ସି ଅଞ୍ଚଳରୁ ସର୍ବାଧିକ ୪୮୨ଟି କେସ୍ ଏବଂ କଟକରୁ ୩୧ଟି କେସ୍ ବାହାରିଛି। ଭୁବନେଶ୍ୱର ୩ ଟି ସ୍ଥାନରେ ମାଗଣା ଡେଙ୍ଗୁ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛ।

ଶୁକ୍ରବାର ଡେଙ୍ଗୁକୁ ନିୟନ୍ତ୍ରଣ କରାଯିବ ତାହା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାର ପକ୍ଷରୁ ଯେଉଁ ସ୍ଥାନରେ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି ସେଇଠି କରନ୍ତୁ ବୋଲି ଲୋକଙ୍କୁ ସରକାର ନିବେଦନ କରିଛନ୍ତି। ଯେଉଁ ପ୍ରାଇଭେଟ ଲ୍ୟାବରେ ଲୋକ ପରୀକ୍ଷା କରାଉଛନ୍ତି ଯଦି କାହାର ପଜିଟିଭ ଆସିଲା ଏବଂ ଡେଙ୍ଗୁରେ ମୃତ୍ୟୁ ହେଲା ତାହା ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ଆବଶ୍ୟକ। ଲୋକେ ଭୟଭୀତ ନହେବା ଉଚିତ୍। ସରକାରୀ ସ୍ତରରେ ମଧ୍ୟ ଏହି ରୋଗର ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। କିପରି ବିଏମ୍ ସି ଅଞ୍ଚଳରୁ ଏହାର ନିରାକାରଣ ହୋଇ ପାରିବ ସେଥିପାଇଁ ବିଏମ୍ ସି ଅଞ୍ଚଳରେ ଅଧିକ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାଜଧାନୀରେ ବସ୍ତି ଅଞ୍ଚଳ ଅପେକ୍ଷା ଜନଗହଳି ଅଞ୍ଚଳରୁ ଅଧିକ ଡେଙ୍ଗୁ ବାହାରୁଛି। ପ୍ରଥମେ ଲୋକ ସଚେତନ ହେବା ସହ ନିଜ ଆଖ ପାଖ ସଫା ରଖିନ୍ତୁ। ସନ୍ଧ୍ୟା ସମୟରେ ପୁରା ପ୍ୟାଣ୍ଟ ସାର୍ଟ ପିନ୍ଧିବାକୁ ଅନୁରୋଧ କରାଯାଇଛି। ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ବେଡ଼ ରଖିବା ନିମନ୍ତେ ସମସ୍ତ ମେଡିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଏସିଏସ୍ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ମେଡ଼ିସିନ ରାଜ୍ୟରେ ମହଜୁଦ ଅଛି।ଏହା ଡେଙ୍ଗୁ ଟେଷ୍ଟିଙ୍ଗ କିଟ ମଧ୍ୟ ମହଜୁଦ ରହିଛି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ଡେଙ୍ଗୁ ରୋଗୀ ମୃତ୍ୟୁ ହୋଇନି ।

Spread the love