ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ଭୁବନେଶ୍ୱର ଓ ଭଦ୍ରକ ସମ୍ପୂର୍ଣ୍ଣ ଲକ୍ ଡାଉନ୍

ଭୁବନେଶ୍ୱର, ୩/୦୪: ଆଜି ରାତି ୮ଟା ରୁ ରବିବାର ରାତି ୮ଟା ଯାଏ ଭୁବନେଶ୍ୱର ଓ ଭଦ୍ରକ ସହର ସମ୍ପୁର୍ଣ୍ଣ ବନ୍ଦ ରହିବ।  ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଭୁବନେଶ୍ୱର ଓ ଭଦ୍ରକ ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ଯାଏଁ ସମ୍ପୂର୍ଣ୍ଣ ଲକ୍ ଡାଉନ ରହିବ । ଏହାସହ ୪୮ଘଣ୍ଟା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love