ପେଟ୍ରୋଲ ପମ୍ପ୍ ଲୁଟ୍ ପୂର୍ବରୁ ୪ ଡକାୟତ ଗିରଫ, ୨ଜଣ ଖସିଗଲେ

ସୁନ୍ଦରଗଡ,୨୨/୦୮:  ସୁନ୍ଦରଗଡ଼  ରାଜଗାଙ୍ଗପୁର ଥାନା ଅନ୍ତର୍ଗତ  କୁନମୁରୁ ଗ୍ରାମ ଠାରେ ଏକ ଢ଼ାବା ପଛପଟୁ ଗିରଫ ହେଲେ ଡକାୟତ । ଏକ ପରିତ୍ୟକ୍ତ ସ୍ଥାନରେ ଶନିବାର ରାତିରେ  ଚଢଉ କରି ପୋଲିସ ଏହି ଡକାୟତ ଙ୍କୁ ଗିରଫ କରିଛି । ଗିରଫ ଲୁଟେରାମାନେ ନିକଟସ୍ଥ ପେଟ୍ରୋଲ ପମ୍ପରେ  ଡକାୟତି ପାଇଁ ଯୋଜନା କରୁଥିଲେ ବୋଲି ଜଣାପଡିଛି ।

ପୋଲିସର ଚଢ଼ଉ ବେଳେ ୪ଜଣ ଡକାୟତ ଗିରଫ ହୋଇଥିବା ବେଳେ ଦୁଇ ଜଣ ଫେରାର ହେବାରେ ସଫଳ ହୋଇଥିଲେ । ଗିରଫ ଅଭିଯୁକ୍ତଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ମଟର ସାଇକେଲ ,ଗୋଟିଏ  ଭୁଜାଲି,  ଲୁହାରଡ଼ ଭଳି ବହୁ ମାରଣାସ୍ତ୍ର ଜବତ କରିଛି । ଗିରଫ ଅଭିଯୁକ୍ତ ବିରୋଧରେ ପୂର୍ବରୁ ସମ୍ବଲପୁର ଓ ସୁନ୍ଦରଗଡ଼ ଅଞ୍ଚଳରେ ବହୁ ସଙ୍ଗୀନ ମାମଲା ରହିଛି ।   ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ୟୁନିୟନ ବ୍ୟାଙ୍କର ୩୫ଲକ୍ଷର  ଏଟିଏମ ଭ୍ୟାନ ଲୁଟ ସହ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଡୁମେରଜୋର ଠାରେ ଥିବା ଷ୍ଟେଟ ବ୍ୟାଙ୍କରୁ  ୬ ଲକ୍ଷ ଟଙ୍କା ଲୁଟ  ଘଟଣାରେ ସେମାନଙ୍କର ସଂପୃକ୍ତି ରହିଥିଲା ।

ଏସଡିପିଓ ଡ଼ଃ ଶଶାଙ୍କ ଶେଖର ବେଉରା ଓ ଥାନା ଅଧିକାରୀ ବିବତ୍ସ ପ୍ରଧାନ ରବିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଡକାୟତ ମାନଙ୍କ ମଧ୍ୟରେ ଦୁଇ ଜଣ ରାଜଗାଙ୍ଗପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସୁନ୍ଦରଗଡ଼ର ବୋଲି ସୂଚନା ମିଳିଥି । ଫେରାର ହୋଇଯାଇଥିବା  ଅନ୍ୟ ଦୁଇ ଜଣ ଡକାୟତଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଏସଡିପିଓ  ସୂଚନା ଦେଇଛନ୍ତି  ।

Spread the love