କଳିଙ୍ଗ ଷ୍ଟାଡିୟମକୁ ମାଡିଲା କରୋନା, ୪ ଖେଳାଳି ପଜିଟିଭ୍ !

ଭୁବନେଶ୍ୱର, ୦୭/୦୧: କଳିଙ୍ଗ ଷ୍ଟାଡିୟମରେ ଥିବା ହକି ଉତ୍କର୍ଷ କେନ୍ଦ୍ରର ୪ ଜଣ ଖେଳାଳି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସଂକ୍ରମିତ ସମସ୍ତ ପୁରୁଷ ହକି ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି । ଏ ବିଷୟରେ ଉତ୍କର୍ଷ କେନ୍ଦ୍ର କିମ୍ବା ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଅଫିସିଆଲ ଭାବେ କିଛି ସୂଚନା ଦିଆଯାଇ ନାହିଁ ।

ସାରା ଦେଶରେ ଏବେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଆମ ରାଜ୍ୟରେ ୧୮୯୭ ଜଣ ନୂଆ ସଂକ୍ରମିତ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ କେବଳ ଖୋର୍ଦ୍ଧାରୁ ୬୬୯ ଜଣ ରହିଛନ୍ତି । ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଥିବାରୁ ସରକାର ନୂଆ କୋଭିଡ୍‌ ନିୟମ ଲାଗୁ କରିଛନ୍ତି ।

Spread the love