ଏହି ୪ ପ୍ରକାର ଲୋକଙ୍କ ଠାରୁ ଦୁରେଇ ରୁହନ୍ତୁ

ଗରୁଡ଼ ପୁରାଣରେ ଏପରି କିଛି ଗଭୀର ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଅନୁସରଣ କଲେ ଆପଣ ସବୁବେଳେ ଖୁସିରେ ରହିବେ। ଗରୁଡ ପୁରାଣ ୧୮ ମହାପୁରାଣ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଇଛି । ଗରୁଡ ପୁରାଣରେ ବ୍ୟକ୍ତିଙ୍କ ମୃତ୍ୟୁଠାରୁ ଆରମ୍ଭ କରି ପରବର୍ତ୍ତୀ ପରିସ୍ଥିତିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଏହା ସହିତ, ଗରୁଡ ପୁରାଣରେ ମଧ୍ୟ କୁହାଯାଇଛି ଯେ ବ୍ୟକ୍ତିଙ୍କୁ କେଉଁ ପ୍ରକାର ଲୋକ ମାନଙ୍କ ଠାରୁ ଦୁରେଇ ରହିବା ଉଚିତ। ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଉଁ ଲୋକଙ୍କ ସହିତ ମିଶିବା ଦ୍ୱାରା ଆପଣଙ୍କ ଜୀବନ ବର୍ବାଦି ଆଡକୁ ଗତି କରିଥାନ୍ତି । ଏପରି ପରିସ୍ଥିତିରେ ଆପଣ ଏହି ଲୋକଙ୍କଠାରୁ ଦୂରରେ ରହିବା ଜରୁରୀ ଆସନ୍ତୁ ଜାଣିବା ଏହି ଲୋକମାନଙ୍କ ବିଷୟରେ।

ଭାଗ୍ୟ ଉପରେ ନିର୍ଭର କରୁଥିବା ଲୋକ
ଏପରି ବ୍ୟକ୍ତି କଠିନ ପରିଶ୍ରମ କରିବାକୁ ପଛ ଘୁଞ୍ଚା ଦେଇଥାନ୍ତି । ଏବଂ ନିଜ ଭାଗ୍ୟ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ସହିତ
କେବେବି ବନ୍ଧୁତା କରିବା ଉଚିତ୍ ନୁହେଁ । କାରଣ ଏହିପରି ବ୍ୟକ୍ତିମାନେ ନିଜେ ସଫଳ ହୁଅନ୍ତି ନାହିଁ କିମ୍ବା ସେମାନଙ୍କ ସହିତ ରହୁଥିବା
ବ୍ୟକ୍ତିଙ୍କୁ ସଫଳ ହେବାକୁ ଦିଅନ୍ତି ନାହିଁ ।
ନକାରାତ୍ମକ ଚିନ୍ତାଧାରା ଥିବା ଲୋକ
ଯେଉଁ ବ୍ୟକ୍ତିଙ୍କର ଛୋଟ କିମ୍ବା ନକାରାତ୍ମକ ଚିନ୍ତାଧାରା ରହିଥାଏ ସେହି ପରି ଲୋକମାନଙ୍କ ଠାରୁ ଦୁରେଇ ରହିବ ଉଚିତ । ଆପଣଙ୍କ ଭଲ
ଚିନ୍ତାଧାରା ଉପରେ ମଧ୍ୟ ଏହିପରି ଲୋକମାନଙ୍କର ପ୍ରଭାବ ପଡିଥାଏ । ଏହି ପ୍ରକାର ଖରାପ ଚିନ୍ତାଧାରା ସଫଳତାକୁ ବାଧା ଦେଇଥାଏ ।
ଛଳନା କରୁଥିବା ଲୋକ
ଯେଉଁମାନେ ନିଜର ସମ୍ପତ୍ତି ଏବଂ ଜିନିଷକୁ ଅନ୍ୟ ମାନଙ୍କ ଆଗରେ ଦେଖାଇ ହୋଇଥାନ୍ତି ସେମାନଙ୍କ ମଧ୍ୟରେ ଅହଂକାରର ଭାବନା ଭରି ହୋଇ ରହିଥାଏ । ଏହିପରି ଲୋକମାନଙ୍କଠାରୁ ସର୍ବଦା ଦୂରତା ବଜାୟ ରଖିବା । ଏହି ଲୋକମାନେ ସେମାନଙ୍କର ଅହଂକାର ଯୋଗୁଁ ଅନ୍ୟମାନଙ୍କୁ ଅପମାନିତ କରଥାନ୍ତି ।

ଅନାବଶ୍ୟକ କଥା କହୁଥିବା ଲୋକ
ଅନେକ ଲୋକ ଅଛନ୍ତି ଯେଉଁମାନେ ଅନାବଶ୍ୟକ ଭାବରେ କଥାବାର୍ତ୍ତା ଜାରି ରଖନ୍ତି । ଏହିପରି ଲୋକଙ୍କୁ ବିଚାର କରିବାରେ ଆପଣଙ୍କ ସମୟ ନଷ୍ଟ ହୋଇଥାଏ । ଏହା ସହିତ ଆପଣଙ୍କ କାର୍ଯ୍ୟରେ ବାଧାପ୍ରାପ୍ତ ହୁଏ । ତେଣୁ ଏପରି ଲୋକଙ୍କ ସହଭାଗିତାକୁ କମ୍ ରଖନ୍ତୁ, ଯେଉଁମାନେ ଆପଣଙ୍କ ସମୟ ନଷ୍ଟ କରୁଛନ୍ତି ।

Spread the love