ଚତୁର୍ଥ ଟେଷ୍ଟ ପାଇଁ 13 ଜଣିଆ ଭାରତୀୟ ଦଳ ଘୋଷିତ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା 4ର୍ଥ ଟେଷ୍ଟ ପାଇଁ ଭାରତର 13 ଜଣିଆ ଦଳ ଘୋଷଣା କରାଯାଇଛି । ତୃତୀୟ ଟେଷ୍ଟରେ ବାଦ ପଡ଼ିଥିବା ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍‌ କେ ଏଲ ରାହୁଲଙ୍କୁ ପୁଣି ଥରେ ସୁଯୋଗ ମିଳିଛି। ଆସନ୍ତାକାଲି ଟେଷ୍ଟ ପାଇଁ ଯେଉଁ 13 ଜଣ ଖେଳାଳିଙ୍କୁ ବିସିସିଆଇ ସ୍ଥିର କରିଛି ସେଥିରେ ରୋହିତ ଶର୍ମାଙ୍କୁ ସ୍ଥାନିତ କରାଯାଇନାହିଁ। ଅନ୍ୟତମ ଖେଳାଳି ଭାବେ ରବିଚନ୍ଦ୍ରନ ଅଶ୍ୱିନ ଯଦିଓ 13 ଜଣିଆ ଦଳରେ ସ୍ଥାନ ପାଇଛନ୍ତି, ତଥାପି ତାଙ୍କ ଖେଳିବା ନେଇ ଅନିଶ୍ଚିତତା ଲାଗି ରହିଛି। ଆହତ ସମସ୍ୟା ଯୋଗୁ ଅଶ୍ୱିନିଙ୍କ ଖେଳିବା ନେଇ ଆସନ୍ତାକାଲି ସକାଳେ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି।

Spread the love