୪ ବର୍ଷର ଶିଶୁ ପୁତ୍ରକୁ ଦଳି ଦେଲା ଦନ୍ତା

କାମାକ୍ଷାନଗର, ୦୪|୦୨ : ଶିଶୁଙ୍କୁ ଆକ୍ରମଣ କଲା ଦନ୍ତା । ନୀରିହ ଶିଶୁକୁ ଦଳି ମାରିଦେଲା । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନାଗର ଅଞ୍ଚଳରେ ।

ସୂଚନାନୁସାରେ, ଦନ୍ତା ଆକ୍ରମଣରେ ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ପଶ୍ଚିମାଞ୍ଚଳ ରେଞ୍ଜ ମହୁଲଡଗର ଗ୍ରାମର ରସାନନ୍ଦ ଯେରେଇଙ୍କ  ପୁଅ ଋଷି ଯେରେଇ। ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥାବା ବେଳେ ହଠାତ ଗାଁକୁ ହାତୀ ପଶି ଆସିଥିଲା । ଏହାସହ ରସାନନ୍ଦଙ୍କ ଘର ଭାଙ୍ଗି ପୁଅକୁ  ଦଳି ଦେଇଥିଲା ।  ପୁଅର ମୃତ୍ୟୁ ପରେ ପରିବାର ଲୋକେ ପୁରା ଭାଙ୍ଗିପଡିଛନ୍ତି ।

Spread the love