୫ ଜୁଆଡି ଗିରଫ , ୧ ଲକ୍ଷ ୮୪ ହଜାର ଜବତ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ) : ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଗତ ରାତିରେ ସେଣ୍ଟ୍ରାଲ କଲୋନୀ ନିକଟ ରେ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରିଛି। ଖବରରୁ ପ୍ରକାଶ ତାଳଚେର ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଣ୍ଟ୍ରାଲ କଲୋନୀ ଜଙ୍ଗଲ ରେ ଆତର୍କିତ ଚଢ଼ାଉ କରି ଜୁଆ ଖେଳୁଥିବା ଅବସ୍ଥାରେ ୫ ଜଣ ଜୁଆଡ଼ି,୧୫ ଟି ମୋଟର ସାଇକେଲ ଓ ୧ଲକ୍ଷ ୮୪ ହଜାର ଟଙ୍କା ଜବତ କରିଛି ।

ପ୍ରାୟ ୨୫ଜଣ ଜୁଆଡ଼ି ଜୁଆ ଖେଳୁଥିବା ପୋଲିସି ସଂଦେହ କରୁଛି ।ପୋଲିସ ପହଞ୍ଚିବା ଦେଖି ଅନ୍ୟମାନେ ପଳାଇଥିଲେ ଓ ସେଥି ମଧ୍ୟରୁ ୫ଜଣଙ୍କୁ ପୋଲିସ ଗିରଫ କରିଛି ଓ ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି କୋଲିଏରୀ ଥାନାରେ ଅତିରିକ୍ତ ଦାଇତ୍ୱ ରେ ଥିବା ସଦର ଥାନା ଅଧିକାରୀ ସୌଭାଗ୍ୟ ସ୍ବାଇଁ ସୂଚନା ଦେଇଛନ୍ତି ।

Spread the love