ଶୀତଦିନେ ପିଅନ୍ତୁ ଏହି ସବୁ ଜୁସ, ଚମକିବ ଆପଣଙ୍କ ତ୍ୱଚା

ଶୀତଦିନ ଆସିବା ମାତ୍ରେ ହି ଆମ ତ୍ୱଚା ଶୁଷ୍କ ହୋଇଯାଏ । କାରଣ ଥଣ୍ଡା ପବନ ତ୍ୱଚାର ମଶ୍ଚରାଇଜ ଗୁଣ ଟାଣି ନେଇଥାଏ, ଯାହାଦ୍ୱାରା ତ୍ୱଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଏ । ଏହି ଋତୁରେ ଉପଲବ୍ଧ ଫଳ ଏବଂ ପନିପରିବା ଆମ ଚର୍ମ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେଣୁ ଯଦି ଆପଣ ମଧ୍ୟ ନିଜର ଶୁଷ୍କ ଚର୍ମରେ ଚମକ ଆଣିବାକୁ ଚାହୁଁଛନ୍ତି, ତେବେ ଏହା ବହୁତ ସହଜ । ଆପଣଙ୍କୁ କେବଳ ଏହି ଗୋଟିଏ କାମ କରିବାକୁ ପଡିବ ।

ଆମେ ଆପଣଙ୍କୁ ଏପରି ୫ଟି ହେଲ୍ଦି ଡ୍ରିଂକ୍ସ ବିଷୟରେ କହିବୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ତଥା ତ୍ୱଚା ପାଇଁ ଖୁବ ଲାଭଦାୟକ ହେବ । ପ୍ରତିଦିନ ଏହାକୁ ପିଇଲେ ଆପଣଙ୍କ ତ୍ୱଚାରେ ନ୍ୟାଚୁରାଲ ଗ୍ଲୋ ଆସିବ । ତେବେ ଆସନ୍ତୁ ଜାଣିବା ଏହି ସବୁ ଜୁସ ବିଷୟରେ…

ବିଟରୁଟ ଜୁସ: ବିଟ୍ ଶୀତଦିନେ ଆସୁଥିବା ହେଲ୍ଦି ପନିପରିବା ମଧ୍ୟରେ ଅନ୍ୟତମ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମଧ୍ୟ ଏହାର ଅନେକ ଲାଭ ମଧ୍ୟ ରହିଛି । ଏହି ଜୁସ ବ୍ଲଡ ପ୍ରେସର କମ କରିବା ସହିତ ଷ୍ଟାମିନା ଏବଂ ମସଲ୍ସ ମାସ ମଧ୍ୟ ବଢ଼ାଇଥାଏ । ଏହା ବ୍ୟତୀତ ଏହି ଜୁସ ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିବ। ଏହା ତ୍ୱଚାକୁ ପ୍ରାକୃତିକ ଭାବରେ ଚମକାଇଥାଏ ଏବଂ ପ୍ରତିଦିନ ଏହାର ରସ ପିଇବା ଦ୍ୱାରା ତ୍ୱଚାର ରଙ୍ଗ ମଧ୍ୟ ଉନ୍ନତ ହୋଇଥାଏ ।
ଗାଜର ରସ: ଗାଜର ମଧ୍ୟ ଏକ ହେଲ୍ଦି ଶୀତକାଳୀନ ପରିବା, ପ୍ରତିଦିନ ଏହାର ରସ ପିଇବା ଦ୍ୱାରା ତ୍ୱଚା ପ୍ରାକୃତିକ ଭାବରେ ସୁସ୍ଥ ରହିଥାଏ । ଗାଜରରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି ଏବଂ ବିଟା-କାରୋଟିନ୍ ଭରପୂର ମାତ୍ରାରେ ଥାଏ ଏବଂ ଆପଣମାନେ ତ ଜାଣିଥିବେ ଭିଟାମିନ୍ ସି ଆମ ତ୍ୱଚା ପାଇଁ କେତେ ଲାଭଦାୟକ । ଏହା ଆମ ତ୍ୱଚାରେ ନ୍ୟାଚୁରାଲ ଗ୍ଲୋ ଆଣିଥାଏ ଏବଂ ଚର୍ମକୁ ବାହ୍ୟ ଡ୍ୟାମେଜରୁ ମଧ୍ୟ ରକ୍ଷା କରିଥାଏ । ଏଥିସହ ଏହାର ଦୈନନ୍ଦିନ ବ୍ୟବହାର ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ ଏବଂ ଆପଣଙ୍କ ୱେଟ ମେଣ୍ଟେନ ରହିଥାଏ ।

କାକୁଡି ରସ: କାକୁଡି ପ୍ରତ୍ୟେକ ଋତୁରେ ଉପଲବ୍ଧ ଏକ ପରିବା । ଏଥିରେ ପ୍ରଚୁର ପରିମାଣର ଜଳ ରହିଥାଏ ଯାହା ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ୍ କରିଥାଏ । ଏହାର ଜୁସ ପିଇବା ଦ୍ୱାରା ଏହା ତ୍ୱଚାର ଡ୍ରାଏନେସ ଦୂର କରିଥାଏ ଏବଂ ସ୍କିନରେ ଏକ୍ସଟ୍ରା ଅଏଲ ରହେନାହିଁ ଯାହା ଦ୍ୱାରା ପିମ୍ପଲ୍ସ ହୋଇନଥାଏ । ଏହା ପେଟ ମଧ୍ୟ ସଫା ରଖିଥାଏ ଏବଂ ସ୍କିନ ନ୍ୟାଚୁରାଲ ଭାବରେ ଗ୍ଲୋ କରେ ।

ପାଳଙ୍ଗ ରସ: ପାଳଙ୍ଗ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ପରିବା ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ, ଏହାର ରସ ପିଇବା ଦ୍ୱାରା ସ୍କିନ ଡ୍ୟାମେଜ ହୁଏ ନାହିଁ, ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ରହିଥାଏ ଯାହା ଆମ ତ୍ୱଚାରେ ପ୍ରାକୃତିକ ଚମକ ଆଣିଥାଏ ।

ଟମାଟୋ ରସ: ଟମାଟୋରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ ଏବଂ ଭିଟାମିନ୍ ସି ଆମ ସ୍କିନ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଆମ ତ୍ୱଚା ଡ୍ରାଏ ହୋଇନଥାଏ ଏବଂ ଏହା ଆମ ଚର୍ମକୁ ସୂର୍ଯ୍ୟର କ୍ଷତିକାରକ କିରଣରୁ ମଧ୍ୟ ରକ୍ଷା କରିଥାଏ । ଯାହାଦ୍ୱାରା ସ୍କିନ ନ୍ୟାଚୁରାଲି ଗ୍ଲୋ କରିଥାଏ ।

Spread the love