ରାଜ୍ୟ କ୍ୟାବିନେଟ୍ ବୈଠକ: ୫ଟି ପ୍ରସ୍ତାବକୁ ଅନୁମୋଦନ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ହୋଇଯାଇଛି । ଏହି ବୈଠକରେ ୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଥିବା ଜଣାପଡିଛି । ବିଧାନସଭା ବଜେଟ୍ ଅଧିବେଶନ ଚାଲୁଥିବାରୁ କ୍ୟାବିନେଟ୍ ନିଷ୍ପତି ସମ୍ପର୍କିତ ସୂଚନା ମିଳିପାରିନାହିଁ । ମିଳିଥିବା ସୂଚନା ଅନୁସାରେ, କ୍ୟାବିନେଟ୍‌ ବୈଠକ ଅତି ତରବରିଆ ଭାବେ ଡକାଯାଇଥିବାରୁ କୌଣସି ମନ୍ତ୍ରୀଙ୍କୁ  କ୍ୟାବିନେଟ୍‌ ଚିଠା ପ୍ରସ୍ତାବ ପ୍ରଦାନ କରାଯାଇନ ଥିଲା। ତେବେ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି।

Spread the love