ଏହି ୫ଟି ଜିନିଷ ଘରେ ରଖିଏଲ ସବୁବେଳେ ଲାଗିରହିବ ସୁଖ ସମୃଦ୍ଧି

ସବୁ ବ୍ୟକ୍ତି ଚାହାଁନ୍ତି ଯେ ତାଙ୍କ ଘର ସବୁବେଳେ ସୁଖ- ସମୃଦ୍ଧିରେ ଭରିରହୁ। ଏଥିସସହିତ ସମସ୍ତ ଦେବୀଦେବତାଙ୍କ ବାସ ରହୁ। ଏଥିପାଇଁ ସାଧାରଣତଃ ସବୁ ଲୋକ ନିଜ ଘରେ ପୂଜା ପାଠ ସହିତ ଦାନ-ପୁଣ୍ୟ ମଧ୍ୟ କରିଥାନ୍ତି। କିନ୍ତୁ କଣ ଆପଣଙ୍କୁ ଜଣାଅଛି ମହାଭାରତର ଗୋଟିଏ ପ୍ରସଙ୍ଗରେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କିଛି ଏମିତି ପବିତ୍ର ଜିନିଷ ବିୟେରେ ଜଣାଇଛନ୍ତି ଯାହାକୁ ଘରେ ରଖିବା ମାତ୍ରକେ ଦେବୀ ଦେବତାଙ୍କ କୃପା ସବୁବେଳେ ରହିଥାଏ। ଏଥିସହିତ ସୁଖ- ସମୃଦ୍ଧିର ଆଗମନ ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ପବିତ୍ର ଜିନିଷ ବିଷୟରେ।

ଚନ୍ଦନ: ଚନ୍ଦନକୁ ବହୁତ ଶୁଭ ଏବଂ ପବିତ୍ର ବୋଲି ଧରାଯାଏ। ଏହାର ମହକରେ ବାତାବରଣର ନକରାତ୍ମକ ଶକ୍ତି କମିଯାଇଥାଏ। ସମସ୍ତ ଦେବୀ-ଦେବତାଙ୍କ ପୂଜାରେ ମଧ୍ୟ ଚନ୍ଦନ ବହୁତ ବିଶେଷ ମହତ୍ତ୍ୱ ରଖିଥାଏ। ଚନ୍ଦନର ତିଳକ ଲଗାଇବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ। ଏହାକୁ ଘରେ ସବୁବେଳେ ରଖିବା ଉଚିତ କାରଣ ସବୁଦିନ ପୂଜା କରିବା ସମୟରେ ଦେବୀ-ଦେବତାଙ୍କୁ ଅର୍ପଣ କରିବା ଉଚିତ।

ବୀଣା: ବୃଦ୍ଧି ଏବଂ ଶିକ୍ଷାର ଦେବୀ ସରସ୍ୱତୀଙ୍କର ପ୍ରିୟ ବାଦ୍ୟ ଯନ୍ତ୍ର ହେଉଛି ବୀଣା। ବୀଣାକୁ ଘରେ ରଖିଲେ ସରସ୍ୱତୀଙ୍କ କୃପା ଘରର ସବୁ ସଦସ୍ୟଙ୍କ ଉପରେ ରହିଥାଏ। ଏଥିସହିତ ଜଟିଳରୁ ଜଟିଳ ସମସ୍ୟାରେ ଧୈର୍ଯ୍ୟ ରଖିବାକୁ ପ୍ରେରଣା ମିଳିଥାଏ।

ଘିଅ: ଘରେ ସବୁବେଳେ ଘିଅ ରଖିବା ଉଚିତ ଏବଂ ନିୟମିତ ରୂପରେ ଏହାର ସେବନ କରିବା ଜରୁରୀ। ଘିଅରୁ ଶକ୍ତି ମିଳିଥାଏ ଏବଂ ଶରୀର ସୁସ୍ଥ ରହିଥାଏ। ଘରେ ପ୍ରତିଦିନ ସଂଧ୍ୟାରେ ଘିଅ ଦୀପ ଜଳାଇବା ଉଚିତ। ପୂଜାରେ ଘିଅର ବିଶେଷ ମହତ୍ତ୍ୱ ରହିଛି, ଏଥିପାଇଁ ଏହାକୁ ଘରେ ରଖିଲେ ଶୁଭ ହୋଇଥାଏ ବୋଲି ପରାମର୍ଶ ଦିଆଯାଇଥାଏ।

ମହୁ: ବାସ୍ତୁ ନିୟମ ଅନୁଯାୟୀ ଘରେ ମହୁ ରଖିବା ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଶାନ୍ତ ହୋଇଥାଏ। ଏହାସହିତ ପୂଜାରେ ମହୁ ମଧ୍ୟ ବିଶେଷ ଭୂମିକା ନେଇଥାଏ। ଏହା ସମସ୍ତ ଦେବୀ-ଦେବତାଙ୍କୁ ଅର୍ପଣ କରାଯାଏ। ଯେଉଁ ଘରେ ପ୍ରତିଦିନ ପୂଜା କରାଯାଏ, ସେହି ଘରେ ସବୁବେଳେ ମଧୁରତା ଲାଗିରହିଥାଏ।

ପାଣି: ଘରକୁ ସବୁବେଳେ ପରିଷ୍କାର ପରିଚ୍ଛନ ରଖିବା ଆବଶ୍ୟକ। ଯେବେ ବି ଘରକୁ ଅତିଥି ଆସିବେ ତାଙ୍କୁ ଥଣ୍ଡା ପାଣି ଅବଶ୍ୟ ଦେବା ଉଚିତ। ଏମିତି କଲେ ଜାତକରେ ଥିବା ଦୋଷ ଦୂର ହୋଇଥାଏ।

Spread the love