ଜନତା ମୈଦାନରେ ପୁଲିସ ଛାଉଣି: ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିୁଛନ୍ତି ୫-ଟି ସଚିବ

ଭୁବନେଶ୍ୱର: ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବଢ଼ିଛି ସଚିବଙ୍କ ସୁରକ୍ଷା। ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ପାଇଁ ମୁତୟନ ହୋଇଛନ୍ତି ପାଖାପାଖି ୪ ରୁ ୫ ପ୍ଲାଟୁନ ପୁଲିସ। କମିଶନରେଟ ପୁଲିସ ଅଧୀନ ବିଭିନ୍ନ ଥାନାର ଥାନା ଅଧିକାରୀ ମଧ୍ୟ ମୁତୟନ ରହିଛନ୍ତି। ଏସିପିମାନେ ମଧ୍ୟ ଉପସ୍ଥିତ ରହି କରୁଛନ୍ତି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଡିସିପି ପ୍ରତୀକ ସିଂ ନିଜେ ଜନତା ମୈଦାନରେ ଉପସ୍ଥିତ ରହି ସୁରକ୍ଷା ସମୀକ୍ଷା କରୁଛନ୍ତି। ଏଥି ସହ ଗୁଇନ୍ଦା ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। କମିଶନରେଟ ପୁଲିସ ଅଧିକାରୀ ସାଦା ପୋଷାକରେ ପିଲାଙ୍କ ଭିତରେ ଉପସ୍ଥିତ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି ଜନତା ମୈଦାନରେ ଏକାଠି ହୋଇଛନ୍ତି କଲେଜ ଛାତ୍ରଛାତ୍ରୀ । ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିୁଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ୍। ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ୫-ଟି ସଚିବ। ଏନେଇ ବିଭିନ୍ନ କଲେଜର ଅଧ୍ୟକ୍ଷମାନଙ୍କର ବୈଠକ ହୋଇଥିଲା। କଲେଜ ସମ୍ପର୍କିତ ରହିଥିବା ସମସ୍ୟା ଭିତ୍ତିଭୂମି ଓ ପାଠପଢ଼ାକୁ ନେଇ ହେଉଥିବା ସମସ୍ୟା ଏଭଳି ବିଭିନ୍ନ ପ୍ରସଙ୍ଗରେ ୫-ଟି ସଚିବଙ୍କ ପାଖରେ ଅଭିଯୋଗ ରଖିବେ ଛାତ୍ରଛାତ୍ରୀ। ଖୋର୍ଦ୍ଧା ଜିଲ୍ଲାର ସବୁ ହାଇଅର ସେକେଣ୍ଡାରୀ ସ୍କୁଲ ଓ ଯୁକ୍ତ ୩ କଲେଜ ୫-ଟି ଅନ୍ତର୍ଭୁକ୍ତ ହେବ। ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ବୋଲି ୫-ଟି ସଚିବ ଘୋଷଣା କରିଛନ୍ତି।

Spread the love