ପୁରୀ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କଲେ ୫-T ସଚିବ

ପୁରୀ ୨୪/୦୩ : ପୁରୀ ଗସ୍ତ କରିଛନ୍ତି ୫-T ସଚିବ ଭି.କେ ପାଣ୍ଡିଆନ୍ । ଆଜି ସକାଳେ ୫-T ସଚିବ ଭି. କେ ପାଣ୍ଡିଆନ୍ ପୁରୀରେ ପହଞ୍ଚିବା ପରେ ମରଚିକୋଟ ଛକ ଠାରୁ ବ୍ୟାଟେରୀ ଚାଳିତ ଗାଡିରେ ଶ୍ରୀମନ୍ଦିର ଯାଇଥିଲେ ।

ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିବା ସହ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ।‌ ୫-T ସଚିବଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।‌ ଏହାସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ ।

Spread the love