ନିରଞ୍ଜନଙ୍କୁ ୫୦୦ ଟଙ୍କା ଜୋରିମାନା

କରୋନା ବେଳେ ସାମାଜିକ ଦୂରତା ନ ରଖି ରାସ୍ତା ଉପରେ ଆନ୍ଦୋଳନ କରୁଥିବା ଯୋଗୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୫୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିଛି। କମିଶନରେଟ୍‌ ପୁଲିସ୍ ତାଙ୍କ ଠାରୁ ଫାଇନ୍ ଆଦାୟ କରିଛି।  ସେହିଭଳି ଅଲ୍ ଇଣ୍ଡିଆ ଫରୱାଡ୍ ବ୍ଲକର ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଆପ୍‌ର ନିଶିକାନ୍ତ ମହାପାତ୍ର, ସିପିଆଇଏମର ଅଳି କିଶୋର ପଟ୍ଟନାୟକ, ସିପିଆଇର ଆଶିଷ କାନୁନଗୋ ଏବଂ କଂଗ୍ରେସ ସାଂସଦ ସପ୍ତଗୀରୀ ଉଲ୍ଲାକାଙ୍କ ନାଁରେ ମଧ୍ୟ ୫୦୦ ଟଙ୍କା ଲେଖାଏଁ ଚାଲାଣ କାଟିଛି। କରୋନା ପରିଚାଳନାରେ ବିଭ୍ରାଟ ହୋଇଥିବା ଅଭିଯୋଗରେ ଆଜି ରାଜ୍ୟ ସରକାରଙ୍କ ବିରୋଧରେ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଛକରେ କଂଗ୍ରେସ ନେତୃତ୍ୱରେ ୧୩ଟି ରାଜନୈତିକ ଦଳ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ସାମାଜିକ ଦୂରତା ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା।

Spread the love