ସେୟାର ବଜାରର ସର୍ବକାଳୀନ ରେକର୍ଡ, ସେନସେକ୍ସ ୫୨,୦୦୦ ପାର୍

ନୂଆଦିଲ୍ଲୀ: ଆଜି ମାର୍କେଟ କାରବାର ସର୍ବକାଳୀନ ସ୍ତରକୁ ବୃଦ୍ଧି ପାଇଛି। ସୋମବାର ସେନସେକ୍ସ  ୫୨’୦୦୦ ମାର୍କ ଅତିକ୍ରମ କରିଛି। ତେବେ ବିଶ୍ବସ୍ତରୀୟ ସକରାତ୍ମକ ସୂତ୍ର ମଧ୍ୟରେ ଦୃଢ ତ୍ରୟ ମାସିକ କର୍ପୋରେଟ୍ ଲାଭ ହୋଇଛି।

କାରବାର ଆରମ୍ଭରୁ ବିଏସଇ ସେନସେକ୍ସ ୪୬୩.୭୧ ପଏଣ୍ଟ ବୃଦ୍ଧି ପାଇ ୫୨,୦୦୮.୦୧ ଥିବାବେଳେ ଏନଏସଇ ନିଫ୍ଟି ୧୨୬.୦୫ ପଏଣ୍ଟ ବୃଦ୍ଧି ପାଇ ୧୫,୨୮୯.୫୫ ରେକର୍ଡ କରିଛି । ଜାପାନ ବାହାରେ ଏସିଆ-ପାସିଫିକ୍ ସେୟାରଗୁଡିକର ଏମଏସର ବ୍ୟାପକ ସୂଚକାଙ୍କ ୦.୪% କୁ ବୃଦ୍ଧି ହୋଇ ୭୩୬.୪ରେ ପହଞ୍ଚିଛି। ଚତୁର୍ଥ ତ୍ରୟ ମାସରେ ଦେଶର ଆର୍ଥିକ ପୁନରୁଦ୍ଧାର ମନ୍ଥର ସତ୍ତ୍ବେ ଜାପାନର ନିକ୍କୋ ୧..୧% ବୃଦ୍ଧି ପାଇଛି ବୋଲି ରଏଟର୍ସ ରିପୋର୍ଟରେ ଦର୍ଶାଯାଇଛି।

Spread the love