ବମୀଖାଲ ରୁ ପୁଣି ଜଣେ ଚିହ୍ନଟ, ଓଡ଼ିଶାରେ କରୋନା ସଂଖ୍ୟା ୫୫

ଭୁବନେଶ୍ୱର,  ୧୩/୦୪: ଭୁବନେଶ୍ବର ବମିଖାଲରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ   ହୋଇଛନ୍ତି।  ଏନେଇ ସୂଚନା ଦେଇଛନ୍ତି  ବ୍ରତ ବାଗଚି । ଓଡିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫। ସାମ୍ନାକୁ ଆସିଛି ରାଜ୍ୟର ୫୫ତମ କରୋନା ଆକ୍ର‌ାନ୍ତଙ୍କ ଗସ୍ତ ବିବରଣୀ। ଭୁବନେଶ୍ୱରର ବମିଖାଲର ବାସିନ୍ଦା ଥିବା ୩୫ ବର୍ଷୀୟ ଯୁବକ କିଭଳି କରୋନା ଆକ୍ରାନ୍ତ ହେଲେ, ତାହା ତାଙ୍କ ଗସ୍ତ ବିବରଣୀରୁ ସ୍ପଷ୍ଟ ହୋଇଛି। ସେ ଘରୁ ବାହାରକୁ ବାହାରି ନ ଥିଲେ ହେଁ  କରୋନା ଭୂତାଣୁର କବଳିତ ହୋଇଛନ୍ତି।  ଅସଲ କଥା ହେଲା, ବମିଖାଲ ଅଂଚଳର ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ ସଂକ୍ରମିତ ହୋଇଛନ୍ତି।

ସରକାର ଦେଇଥିବା‌ ସୂଚନା ଅନୁଯାୟୀ ସେ ରାଜ୍ୟର  ୭,୮,୨୨ ଓ ୩୯ତମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଆକ୍ରାନ୍ତ ଜୟଦୁର୍ଗା ନଗର ବାବିଲୋନ୍ ଆପାର୍ଟମେଂଟରେ ଥିବା ତାଙ୍କ ଘରେ ୨୨ ମାର୍ଚ୍ଚରୁ ୧୨ ଏପ୍ରିଲ୍ ପର୍ଯ୍ୟନ୍ତ ସଙ୍ଗରୋଧରେ ଥିଲେ। ଏ ସମୟରେ ସେ ବାହାରକୁ ବାହାରି ନାହାନ୍ତି। ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲେ ମଧ୍ୟ ୧୩ ତାରିଖରେ ତାଙ୍କର ନମୁନା ପଜିଟିଭ୍ ବା‌ହାରିଛି। ଏହାପରେ ୧୩ ଏପ୍ରିଲରେ ତାଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ଲାଗି ପଠାଇ ଦିଆଯାଇଛି।

Spread the love