ପୁରୀରୁ ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ବେପାରୀ ଗିରଫ

ପୁରୀ ୧୩।୧୦: ପୁରୀ ପୋଲିସର ଅପରେସନ ବ୍ରାଉନସୁଗାର । ମଙ୍ଗଳବାର ପରେ ବୁଧବାର ମଧ୍ୟ ପୁରୀ ଏସଟିଏଫ କବଜାରେ ବ୍ରାଉନସୁଗାର ବେପାରୀ । ୫ ଜଣ ଧଳାଜହର ବେପାରୀଙ୍କୁ ଗିରଫ କଲା ପୁରୀ ବଳିଆପଣ୍ଡା ଥାନା ପୋଲିସ । ସେମାନଙ୍କଠାରୁ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ୨୫୦ ଗ୍ରାମ୍ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା।

ଗିରଫ ୫ ଜଣ ବେପାରୀଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ । ଧରାପଡିଥିବା ବେପାରୀଙ୍କଠାରୁ ୧୧ଟି ମୋବାଇଲ ଫୋନ୍ ଜବତ ହୋଇଛି । ୫ ହଜାର ନଗଦ ଟଙ୍କା, ଦୁଇଟି ଏଟିଏମ୍ କାର୍ଡ, ଗୋଟିଏ ମଟର ସାଇକେଲ, ଗୋଟିଏ ଚାରିଚକିଆ ଗାଡି ସହ ୨୫୦ ଗ୍ରାମ୍ ଧଳାଜହର ଜବତ ହୋଇଛି ।

Spread the love