ଅବକାରୀ ବିଭାଗର ଚଢ଼ଉ, ବିପୁଳ ପରିମାଣର ମହୁଲି ମଦ ଜବତ, ୫ ଗିରଫ

ପାଟଣା, ୧୨/୦୧: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ  ଓ ମୋବାଇଲ ସ୍କ୍ୱାର୍ଡ଼ ପକ୍ଷରୁ ବୁଧବାର ତୁରୁମୁଙ୍ଗା ଥାନା ଦାଶରଥି ପୁର, ନେଉଳିପଶି, ବାଉଁଶୁଳି, ଖୀରେଇଟାଙ୍ଗିରୀ, କଣ୍ଟିଆପଡା ଓ  ନୂଆଗାଁରେ ଚଢ଼ଉ ହୋଇଛି । ଏଥିରେ ମୋଟ ୧୧୨ ଲିଟର ମହୁଲି ମଦ ଜବତ ସହ ୮ଶହ କିଲୋ ପୋଚ ନଷ୍ଟ କରି ବେଆଇନ ମଦ ବ୍ୟବସାୟ କରୁଥିବା ୫ ଜଣଙ୍କୁ     ଗିରଫ କରି କୋର୍ଟ ଚାଲାଣ କରିଛି ବିଭାଗ ।

ଗିରଫ ଅଭିଯୁକ୍ତ ହେଲେ ନେଉଳପଶି ଗ୍ରାମର ରୋହିତ ମୁଣ୍ଡା, ନୂଆଗାଁର ରାଜନ ମୁଣ୍ଡା, କଣ୍ଟିଆପଡାର ରାମରାୟ ମୁଣ୍ଡା, ବାଉଁଶୁଳିର ଚିନ୍ମୟ ମହାନ୍ତ ଏବଂ ଖିରେଇଟାଙ୍ଗିରୀର ବିରବର ନାଏକ। ଏହି ଚଢ଼ାଉରେ କେନ୍ଦୁଝର ମୋବାଇଲ ସ୍କ୍ୱାର୍ଡ଼ ଇନ୍ସପେକ୍ଟର ଚନ୍ଦନ ମଣ୍ଡଳ, ଅବକାରୀ ଉପନିରୀକ୍ଷକ ଦିଲୀପ କୁମାର ତାଣ୍ଡି ଓ ପାଟଣା ଅବକାରୀ ଅଧିକାରୀ ଜନାର୍ଦ୍ଦନ ପଲେଇଙ୍କ ସହ   ମୋବାଇଲ ସ୍କ୍ବାର୍ଡ଼ ସାମିଲ ହୋଇଥିଲେ।

Spread the love