ତଳକୁ ଖସିପଡିଲା ବରଯାତ୍ରୀ କାର , ୫ ମୃତ

କିନ୍ନୋର ୧୪।୧୧: ହିମାଚଳ ପ୍ରଦେଶ କିନ୍ନୋର ଜିଲ୍ଲା ସାଙ୍ଗଲା-ଛିତକୁଲ ସମ୍ପର୍କ ମାର୍ଗରେ ଘଟିଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ବରଯାତ୍ରୀରେ ଯାଉଥିବା ଏକ କାର ମୁଖ୍ୟ ସଡକରୁ ୩୦୦ ମିଟର ତଳ ସଂଯୋଗ ସଡକକୁ ଖସିପଡିଛି। ଫଳରେ କାରରେ ଯାଉଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହସ୍ପିଟାଲରେ ପ୍ରାଣ ହୋଇଛନ୍ତି। ବରଯାତ୍ରୀଙ୍କ ଗାଡି ବଟସେରୀ ଯାଉଥିବା ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସଂଗଲା ଥାନା ସୂତ୍ରରୁ ସୂଚନା ମିଳିଛି।

ପୋଲିସ ସୂଚନା ଅନୁସାରେ ରବିବାର  ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ରୋଧୀରୁ ଲୋକେ ବଟସେରୀକୁ ବରଯାତ୍ରୀ ଯାଉଥିଲେ। ସଙ୍ଗଲା-ଛିତକୁଲ ସଡକର ରାଜଲ ପାନଙ୍ଗରେ ଗାଡି ଅନିୟନ୍ତ୍ରିତ ହୋଇ ୩୦୦ ମିଟର ତଳକୁ ବଟସେରୀ ସଂଯୋଗ ସଡକକୁ ଖସିପଡିଥିଲା। ଫଳେ ଏଥିରେ ଯାତ୍ରା କରୁଥିବା ରୋଧୀ ଗ୍ରାମର ରମେଶ କୁମାର (୪୨), ଅଜୟ କୁମାର (୪୦) ଋନଙ୍ଗର କିଶୋରୀଲାଲ (୪୮) ଓ କିଲବାର ମଦନ ଲାଲ (୪୮)ଙ୍କର ଘଟଣା ସ୍ଥଲରେ ମୃତ୍ୟୁ ହୋଇଥିଲା। ତେବେ ଏଥିରେ ଯାତ୍ରା କରୁଥିବା ରୋଧୀର ଜିଆ ଲାଲ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

Spread the love