ଦେଶରେ ଆରମ୍ଭ ହେବ 5G, ଚଳିତ ବର୍ଷ ସ୍ପେକ୍ଟ୍ରମ ନିଲାମୀ

ନୂଆଦିଲ୍ଲୀ ୦୧/୦୨ : ଦେଶରେ ଦୂରସଂଚାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ସାଧାରଣ ବଜେଟରେ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶରେ 5G ସେବା ଆରମ୍ଭ କରିବା ପାଇଁ ଚଳିତ ବର୍ଷ ସ୍ପେକ୍ଟ୍ରମର ନିଲାମୀ କରାଯିବ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟରେ ସରକାରଙ୍କ ଆଭିମୁଖ୍ୟକୁ ରେଖାଙ୍କିତ କରି ଏହାର ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରୀ କହିଛନ୍ତି ପିଏଲଆଇ ଯୋଜନା ଅଧିନରେ 5ଜିରେ ଡିଜାଇନ ଆଧାରିତ ମାନ୍ୟୁଫେକଚରିଂ ଯୋଜନାର ଆରମ୍ଭ କରାଯିବ ।

ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ୨୦୨୧-୨୨ ଅନୁସାରେ ଦୂରସଂଚାର କ୍ଷେତ୍ରରେ ସୁଧାର ଦ୍ୱାରା 4Gର ପ୍ରସାରକୁ ପ୍ରୋତ୍ସାହିତ କରିବା, ଲିକ୍ୱିଡିଟି ବଢାଇବା ଏବଂ  5G ନେଟୱାର୍କରେ ନିବେଶ ପାଇଁ ଏକ ସୁସ୍ଥ ପରିବେଶ ଦିଗରେ ଦେଶ ଆଗକୁ ବଢୁଛି ।  

ସର୍ଭେକ୍ଷଣେ ଭାରତୀୟ ଦୂରସଂଚାର କ୍ଷେତ୍ର ପାଇଁ ଗଠନ ମୂଳକ ସୁଧାରକୁ ରେଖାଙ୍କିତ କରି କହୁଯାଇଥିଲା, ଟେଲିକମ ସେକ୍ଟରେ ସୁଧାର ଏବଂ ଭିତ୍ତିଭୂମିରେ ଉନ୍ନତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତୀୟ ଦୂରସଂଚାର ସେକ୍ଟରକୁ ଦୁନିଆର ସବୁଠାରୁ ବଡ ଦୂରସଂଚାର ବଜାର ବୋଲି କହୁଯାଉଛି । ଏହାସହ କୌଣସି ଦେଶର ସାମାଜିକ ଏବଂ ଆର୍ଥିକ ବିକାଶକୁ ପ୍ରଭାବିତ କରିବାରେ ଦୂରସଂଚାର କ୍ଷେତ୍ର ସବୁଠାରୁ ବଡ ଭୂମିକା ଗ୍ରହଣ କରିଥାଏ।  

Spread the love