ଓଡ଼ିଶାରେ ଜାନୁଆରୀ ୨୬ ପୂର୍ବରୁ ମିଳିବ 5G ସେବା

ଓଡ଼ିଶାରେ ଜାନୁଆରୀ ୨୬ ପୂର୍ବରୁ ମିଳିବ 5G ସେବା । ଆଜି ଭୁବନେଶ୍ୱରରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ 5G କାମ ଶେଷ ହେବ । ଭୁବନେଶ୍ୱରରେ ଆୟୋଜିତ ରେଳ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଏହି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିସହ ସେ କହିଛନ୍ତି, ଓଡ଼ିଶାର ଗାଁ ଗାଁରେ ପହଞ୍ଚିବ 4G ନେଟଓ୍ଵର୍କ । ଟେଲିକମ୍‌ରେ ଓଡ଼ିଶାକୁ ୫ହଜାର ୬୦୦ କୋଟି ମିଳିଛି । ବର୍ତ୍ତମାନ ଦେଶର ୫୦ଟି ପ୍ରମୁଖ ସହରରେ 5G ଉପଲବ୍ଧ ହୋଇଛି । 4G ତୁଳନାରେ ୫ଜି ସେବାରେ ଉପଭୋକ୍ତାଙ୍କୁ ଅଧିକ ବୈଷୟିକ ସହାୟତା ମିଳିବ । 5G ମାଧ୍ୟମରେ ଇଣ୍ଟରନେଟ ଡାଉନ୍‌ ଲୋଡ୍‌ ସ୍ପିଡ ୧୦ଜିବିପିଏସ ପ୍ରତି ସେକେଣ୍ଡ ମିଳିବ । 4Gରେ ଏହା ଏକ ଜିବିପିଏସରେ ସୀମିତ ରହିଛି । ଅର୍ଥାତ ୪ଜି ତୁଳନାରେ ୫ଜିରେ ଡାଉନ୍‌ ଲୋଡ୍‌ ସ୍ପିଡ ୧୦ଗୁଣ ଅଧିକ । 5Gରେ ବିନା ବାଧାରେ ଇଣ୍ଟରନେଟ୍‌ ସେବା, ଅଧିକ ବିଶ୍ୱସନୀୟ ସଂଚାର ସେବା ମିଳିବ ।

Spread the love