ରାଜ୍ୟ ସରକରାଙ୍କୁ ୫ଟି ପ୍ରଶ୍ନ ପଚାରିଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୫/୦୧: ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି । ରାଜ୍ୟ ସରକାର ଚାଷୀଙ୍କଧାନ ଉଠାଉ ନାହାଁନ୍ତି । କେନ୍ଦ୍ରସରକାର ଧାନ ମଣ୍ଡିଗୁଡିକରେ ଭିତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ କୋଟି କୋଟି ଟଙ୍କା ପଡିରହିଛି । ଏ ଟଙ୍କା ଚାଷୀ ପାଉନି । ଏହା କାହା ପକେଟକୁ ଗରମ କରୁଛି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦାବି କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସ୧ିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ମଣ୍ଡିରେ ମଣ୍ଡିରେ ଆଜିଚାଷୀ କାନ୍ଦୁଛି । ଆଜି ଓଡିଶାର ଚାଷୀ ପଚାରୁଛି ଓଡିଶାର ଧାନ କିଣୁଛି କିଏ? ଯୋଗାଣ ବିଭାଗ ନା ମିଲର୍ ? ସରକାରଙ୍କ ଦେଖାନାହିଁ । ଲାଭଖୋର ମିଲର ମାନେ ଧାନ କିଣାର ସବୁ ନିୟମକାନୁନ ଭାଙ୍ଗି ଚାଷୀଙ୍କୁ ଶୋଷଣ କରୁଛନ୍ତି । ସରକାରଙ୍କ କାନକୁ ଏ କଥାପହଂଚୁଛି ନା ନାହିଁ? ପ୍ରଧାନମବୀ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୮୬୮ ଟଙ୍କା କ୍ୱିଂଟାଲ ପିଛା ପ୍ରଦାନ କରୁଛନ୍ତି । ଚାଷୀଙ୍କପେଟରୁ କିଏ ଏହି ଟଙ୍କା କାଟି ଖାଉଛି? ମଣ୍ଡିରେ କଟନୀ – ଛଟନୀ କାହା ନିର୍ଦ୍ଦେଶ ଓ ସ୧ତିରେ ହେଉଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନକରିଛନ୍ତି ।ଅସାଧୁ ମିଲର ଏବଂ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଚାଷୀଙ୍କୁ କନ୍ଦାଉଛି । ରାଜ୍ୟ ସରକାର ପ୍ରଥମେ ରାତି ଅନିଦ୍ରା ହୋଇମଣ୍ଡିରେ ପଡି ରହିଥିବା ଚାଷୀଙ୍କ କଥା ବୁଝନ୍ତୁ ଓ ସବୁ ଧାନ ଉଠାନ୍ତୁ । ବିଜେପି ଚାଷୀଙ୍କ ଦାବି ନେଇ ରାଜରାସ୍ତାରେ ଆନ୍ଦୋଳନ କରୁଛି ।ଶାସକ ଦଳ ବିଜେଡି ବି କହୁଛି ସବୁ ଧାନ ଉଠିଛି । ହେଲେ ଚାଷୀ ଝାଳବୁହା ଅମଳ ଓଡିଶା ଚାଷୀଙ୍କ ମୂଳ ସମ୍ବଳ । ସବୁ ଧାନ ଉଠିନିକାହିଁକି? ସେଥିପାଇଁ ଚାଷୀ କାନ୍ଦୁଛି । ସରକାର ଚାଷୀଙ୍କ କାନ୍ଦ ଶୁଣୁଛନ୍ତି ନା ଶୁଣି ନଶୁଣିବାର ଅଭିନୟ କରୁଛନ୍ତି ।ସମ୍ବଲପୁରରେ ବିଜେପି ନେତୃତ୍ୱରେ ଚାଷୀ ଆନ୍ଦୋଳନ ପରେ ୭୨ ଘଂଟାର କଂଟ ରଖାଯାଇଥିଲା । ଯଦି ରାଜ୍ୟ ସରକାରତୁରନ୍ତ ମଣ୍ଡିରୁ ଧାନ କିଣିବା ପାଇଁ ଘୋଷଣା ଓ ବ୍ୟବସ୍ଥା ନକରନ୍ତି ତା ହେଲେ ଆଜି ଅପରାହ୍ନ ସୁଦ୍ଧା ବିଜେପି ଆଗାମୀ ଦିନରଆନ୍ଦୋଳନର ରୂପରେଖ ଘୋଷଣା କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ଏହି ଅବସରରେ ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି । ୧. ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଆରମ୍ଭହୋଇଥିଲା । ମୁଖ୍ୟମବୀ କହିଥିଲେ ସେ ବଂଚିଥିବା ପର୍ଯ୍ୟନ୍ତ ଏହି ଯୋଜନା ବନ୍ଦ ହେବ ନାହିଁ? କେତେ ଚାଷୀଙ୍କୁ କାଳିଆ ଯୋଜନାରେପ୍ରଥମ କିସ୍ତିରେ ଅର୍ଥ ପ୍ରଦାନ କରାଯାଇଥିଲା ଏବଂ ଏହି ସଂଖ୍ୟା ଏବେ କେତେରେ ପହଂଚିଛି?

୨. ଚାଷୀ ସ୍ୱାର୍ଥ ପାଇଁ କାଳିଆ ଯୋଜନା ଖର୍ଚ୍ଚ କଂଟିଜେନ୍ସିଂ ଫଣ୍ଡରୁ ସରକାର ବ୍ୟବସ୍ଥା କରିଥିଲେ । ଏବେ ମଣ୍ଡିରେ
ପଡିଥିବା ଚାଷୀର ଧାନ କଂଟିଜେନ୍ସିଂ ଫଣ୍ଡରୁ ଅର୍ଥ ଆଣି ତୁରନ୍ତ କିଣିବା ପାଇଁ ସରକାର ବ୍ୟବସ୍ଥା କରିବେ କି?
୩. ପ୍ରଧାନମବୀ କିଷାନ ନିଧିରେ ପ୍ରଥମ କିସ୍ତିରେ ରାଜ୍ୟର ୩୮ ଲକ୍ଷ ଚାଷୀ ଲାଭବାନ ହୋଇଥିଲେ ଏହି ସଂଖ୍ୟା ୭ମ
କିସ୍ତିକୁ ୯ ଲକ୍ଷକୁ ଖସି ଆସିଛି । ଓଡିଆ ଚାଷୀଙ୍କୁ ଟଙ୍କା ଦେବା ପାଇଁ ମୋଦି ବ୍ୟବସ୍ଥା କରିଛନ୍ତି । ମାତ୍ର ରାଜ୍ୟ ସରକାରଙ୍କର ଚାଷୀ
ସଂଖ୍ୟା ଏବେ ଚତୁର୍ଥାଂଶରୁ କମ୍ କାହିଁକି ହୋଇଛି? ଓଡିଆ ଚାଷୀଙ୍କୁ ମୋଦି ଟଙ୍କା ଦେଲେ ରାଜ୍ୟ ସରକାରଙ୍କୁ କାହିଁକି କଷ୍ଟ ଲାଗୁଛି?
୪. ରାଜ୍ୟର ପ୍ରତି ବ୍ଲକକୁ ସର୍ବନିମ୍ନ ୩୫ ପ୍ରତିଶତ ଜଳସେଚନ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଥିଲା । ସରକାର ଏଥିରେବିଫଳ କାହିଁକି ହୋଇଛନ୍ତି?
୫. ଆଳୁ ପିଆଜ ମିଶନ ଏବଂ ରାଜ୍ୟରେ ପରିବା ଚାଷ ବିଫଳ ହେବା ପଛରେ ଶୀତଳ ଭଣ୍ଡାରରେ ବଡ ସମସ୍ୟାରହିଛି । ୨ ହଜାର ମସିହାରେ ରାଜ୍ୟରେ ଯେତିକି ଶୀତଳ ଭଣ୍ଡାର ଥିଲା ଏବେ ବି ରାଜ୍ୟରେ ସେତିକି ଶୀତଳ ଭଣ୍ଡାରର ସଂଖ୍ୟାରେ ସୀମିତ କାହିଁକି? ପ୍ରତି ବ୍ଲକରେ ସୀତଳ ଭଣ୍ଡାରର ପ୍ରତିଶ୍ରୁତି କାହିଁକି ପାଣିର ଗାର ହୋଇଛି?ଏହି ଉତର ସତ୍ୟ ଓ ତଥ୍ୟ ଆଧାରରେ ସରକାର ରାଜ୍ୟବାସୀଙ୍କ ଆଗରେ ରଖିବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେବା ସହ ଦୀର୍ଘ ୫ପାଳିର ସରକାର କେତେ ଚାଷୀ ସ୍ୱାର୍ଥ ବିରୋଧୀ ତାହା ସରକାରଙ୍କ ଉତରରୁ ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ଏହି ସାମ୍ବାଦିକ ସ୧ିଳନୀରେ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love