ଓୟୁଏଟିରେ ୫ଟି ସଚିବ ଭି.କେ ପାଣ୍ଡିଆନ୍

ଆଜି ଭୁବନେଶ୍ୱରରେ ଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ୫ଟି ସଚିବ ଭି.କେ ପାଣ୍ଡିଆନ୍ ଅଚାନକ ପହଂଚିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପହଂଚି ୫ଟି ସଚିବ ଭି.କେ ପାଣ୍ଡିଆନ୍ ବିଶ୍ୱବିଦ୍ୟାଳୟର ଭିତିଭୂମି ଯାଂଚ କରିବା ସହ ଛାତ୍ରାବାସ ବୁଲି ଦେଖିଥିଲେ ।ଏହି ଅବସରରେ ସେ କୃଷି ମହାବିଦ୍ୟାଳୟ ସମେତ ବେସିକ ସାଇନ୍ସ କଲେଜ, ବନ ମହାବିଦ୍ୟାଳୟ ବୁଲି ଦେଖିଥିଲେ। ୫ଟି ସଚିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ଛାତ୍ରାବାସ ନିର୍ମାଣ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ବଜାୟ ରଖିବାକୁ ବି ପରାମର୍ଶ ଦେଇଥିଲେ ଫାଇଭ-ଟି ସଚିବ ।ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପବନ କୁମାର ଅଗ୍ରୱାଲ ଓ ବେସିକ୍ ସାଇନ୍ସ କଲେଜ ନିର୍ଦେଶକ ବିକାଶ ଚନ୍ଦ୍ର ପଣ୍ଡାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Spread the love