ପୁରୀରେ ପହଁଚିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଯଜ୍ଞସ୍ଥଳ ଓ ସଭାସ୍ଥଳ ବୁଲି ଦେଖିଲେ

ପୁରୀ, ୨୨|୧୧ :    ଆସନ୍ତା ୨୪ ତାରିଖରେ ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି.କେ. ପାଣ୍ଡିଆନ ପୁରୀରେ ପହଞ୍ଚିଛନ୍ତି।

ପ୍ରଥମେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ  ଶ୍ରୀମନ୍ଦିର ଯାଇ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ । ଏହାପରେ ଉତ୍ତର ଦ୍ଵାର ନିକଟ ଐଶାନ୍ୟ କୋଣରେ ଚାଲିଥିବା ଯଜ୍ଞ ସ୍ଥଳ, ସଭା ସ୍ଥଳ ଓ ଶିଳାନ୍ୟାସ ସ୍ଥଳ ବୁଲି ଦେଖିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ସମସ୍ତ ପ୍ରସ୍ତୁତି ବିଷୟରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ଅବଗତ କରାଇଥିଲେ।‌

Spread the love