5T ଅଧୀନରେ ଉଚ୍ଚଶିକ୍ଷା ବିଭାଗ, ଏଣିକି 7 ଘଣ୍ଟା ରହିବେ ଶିକ୍ଷକ

5 ଟି ଅଧୀନରେ ରହିବ ଉଚ୍ଚଶିକ୍ଷା ବିଭାଗ ।  ଉଚ୍ଚଶିକ୍ଷା ବିଭାଗରେ ସ୍ୱଚ୍ଛତା ନେଇ 5 ଟିର କାର୍ଯ୍ୟକାରୀତା ପାଇଁ 17 ସୂତ୍ରୀ ଆକ୍ସନ ପ୍ଲାନ୍ ପ୍ରସ୍ତୁତ  ହୋଇଛି । ଉଚ୍ଚଶିକ୍ଷା ବିଭାଗ ଏହି ଆକ୍ସନ ପ୍ଲାନ୍‌କୁ ଯୋଜନା ଓ ସଂଯୋଜନ ବିଭାଗକୁ ପଠାଇଛି । ଏହି ଆକ୍ସନ ପ୍ଲାନ ସହ ନୋଡାଲ ଅଫିସରଙ୍କୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ନିଯୁକ୍ତି ପ୍ରଦାନ କରିଛି । ‘ମୋ ସ୍କୁଲ’ ଢାଞ୍ଚାରେ କଲେଜରେ ଖୋଲିବ ‘ମୋ କଲେଜ’ ମଞ୍ଚ । ଶିକ୍ଷକମାନେ 7 ଘଣ୍ଟିଆ ଡୁଟି କରିବା ଉପରେ ତଦାରଖ କରାଯିବ ।

ଉଚ୍ଚଶିକ୍ଷା ବିଭାଗରେ ମେଧାବୃତ୍ତି ପରିଷଦ ଗଠନ ପାଇଁ ନିଷ୍ପତ୍ତି  ହୋଇଛି । ଏଣିକି ଶିକ୍ଷକମାନେ 7 ଘଣ୍ଟିଆ ଡ୍ୟୁଟି କରିବେ । ବାୟୋମେଟ୍ରିକ ବ୍ୟବସ୍ଥାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ ନିଆଯିବ । ବିଦ୍ୟାଳୟରେ 75 % ଉପସ୍ଥାନ ନଥିଲେ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ଦେବାକୁ ବଞ୍ଚିତ ହେବେ । ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଏକକ ଟ୍ରାନ୍ସଫର ବ୍ୟବସ୍ଥା କରାଯିବ ।  ‘ମୋ ସ୍କୁଲ’ ଢାଞ୍ଚାରେ କଲେଜରେ ଖୋଲିବ ‘ମୋ କଲେଜ’ ମଞ୍ଚ ।

ଧନୀ ଛାତ୍ରଛାତ୍ରୀ ମେଧାବୀ ହେଲେ ମଧ୍ୟ ଲାପ୍‌ଟପ୍ ଯୋଜନାରୁ ବାଦ୍ ପଡ଼ିବେ । ସବୁ ବ୍ଲକ୍‌ର ଓ ଜିଲ୍ଲାସ୍ତରରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ପିଲାଙ୍କୁ ମେଧାବୃତ୍ତି ଦେବାକୁ ଗାଇଡ୍‌ଲାଇନ୍ ଜାରି କରାଯିବ । ଏଣିକି ପ୍ରତିଷ୍ଠିତ କଲେଜ ଓ ବିଶ୍ୱବିଦ୍ୟାଳୟରେ କ୍ୟାରିଅର କାଉନ୍‌ସେଲିଂ ସେଲ୍ ଖୋଲାଯିବ । ଏସଏଏମଏସ ଜରିଆରେ ଛାତ୍ରଛାତ୍ରୀଙ୍କ ମତାମତ ନିଆଯିବ । ସେହିପରି ଡିଗ୍ରୀ କଲେଜରେ ଛାତ୍ରଙ୍କ ନିଯୁକ୍ତି କୈନ୍ଦ୍ରିକ ଦକ୍ଷତା ବୃଦ୍ଧି କରାଯିବ । ସର୍ବଭାରତୀୟ ପରୀକ୍ଷା ପାଇଁ ପିଲାଙ୍କୁ ଓଡ଼ିଶା ବାହାରେ କୋଚିଂ ସୁବିଧା ଯୋଗାଇ ଦିଆଯିବ ।

Spread the love