୫ଟି ସଚିବଙ୍କ ମାଲକାନଗିରି କୋଭିଡ – ୧୯ ହସ୍ପିଟାଲ ପରିଦର୍ଶନ

ମାଲକାନଗିରି ଜିଲ୍ଲା ଗସ୍ତରେ ୫ଟି ସଚିବ ଭି. କୀର୍ତ୍ତିକନ ପଣ୍ଡିୟାନ ଏବଂ ଉନୟନ ସଚିବ ସୁରେଶ ମହାପାତ୍ର  ଯାଇ ଗୁରୁବାର ନବ ନିର୍ମିତ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ। ମେଡିକାଲର ଭିତିଭୂମିର ସମୀକ୍ଷା କରିବା ସହ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜିଲାରେ କିଭଳି ପଦକ୍ଷପ ନିଆଯାଇଛି ସେ ସମ୍ପର୍କରେ ପଚାରି ବୁଝିଥିଲେ।

ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସହ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉନୟନ ସଚିବ ସୁରେଶ ମହାପାତ୍ର ମଧ୍ୟ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।

Spread the love