ନୂଆପଡ଼ାରେ ଫାଇଭ ଟି ସଚିବ

ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ। ବୋଡ଼େନ ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାତାଳ ଗଙ୍ଗାକୁ ପରିଦର୍ଶନ କରି ପବିତ୍ର ପାତାଳ ଗଙ୍ଗାର ଜଳକୁଣ୍ଡରେ ପୂଜାର୍ଚ୍ଚନା କରିଛନ୍ତି। ପରେ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ l ପାତାଳଗଙ୍ଗାର ଭିତ୍ତିଭୂମି ଓ ସୌନ୍ଦର୍ଯ୍ୟକରଣ ପାଇଁ ଖୁବ ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସେହିଭଳି ନୂଆପଡା ଜିଲ୍ଲାର ସମସ୍ତ କଲେଜକୁ 5Tରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଘୋଷଣା କରିଥିଲେ। ସେହିଭଳି ଜିଲ୍ଲାର ଜଳସେଚନ, ପାନୀୟ ଜଳ, ରାସ୍ତାଘାଟ ଓ ବ୍ରିଜ ନିର୍ମାଣ ଉପରେ ଅଗ୍ରାଧିକାର ଭିତ୍ତିରେ ବିକାଶ କାର୍ଯ୍ୟ କରାଯିବ ବୋଲି 5T ସଚିବ ଭି. କେ. ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି । ଅପରାହ୍‌ଣରେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ ନୂଆପଡା ସଦର ମହକୁମାରେ ନିର୍ମାଣାଧୀନ ନୂତନ ବସଷ୍ଟାଣ୍ଡ କାମର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ।

ଏହାପରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରୋଗୀଙ୍କୁ ଭେଟିବା ସହ ଆମ ହସ୍ପିଟାଲ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହାପରେ ପତୋରା ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରି ଭଗବାନ ଯୋଗେଶ୍ୱରଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ପତୋରା ପର୍ଯ୍ୟଟନସ୍ଥଳୀର ବିକାଶ କରିବା ପାଇଁ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ପରେ ନୂଆପଡା ନ୍ୟାସନାଲ କଲେଜରେ ପହଞ୍ଚି ସାଧାରଣ ଲୋକମାନଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିବା ସହିତ ସେସବୁର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ।କଲେଜ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ।

Spread the love