ରାତି ୪ଟାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପହଁଚିଲେ ୫ଟି ସଚିବ ଓ ପୂର୍ତ୍ତ ସଚିବ

ଭୁବନେଶ୍ୱର, ୧୦/୦୩: ରାତି ୪ଟାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପହଞ୍ଚି ଥିଲେ ୫ଟି ସଚିବ ଓ ପୂର୍ତ୍ତ ସଚିବ । ସେଠାରେ ଯାତ୍ରୀ ମାନଙ୍କ ଅସୁବିଧା ସମ୍ୱନ୍ଧରେ ପଚାରି ବୁଝିବା ସହ ସେଠାରେ ଥିବା ପିଇବା ପାଣି ସମସ୍ୟା, ଆବର୍ଜନା ସମସ୍ୟାକୁ ହୃଦୟଙ୍ଗମ କରିଥିଲେ । ବାଦାମବାଡ଼ିରେ ଟ୍ରାଫିକ ଏକ ମୁଖ୍ୟ ସମସ୍ୟା ବୋଲି ସେ ଅନୁଭବ କରିଛନ୍ତି । ଖୁଵଶୀଘ୍ର ଏ ସମସ୍ତ ସମସ୍ୟାର ସମାଧାନ କରାଯିବା ସହ ଏହାର ଉନ୍ନତିକରଣ କରିବାକୁ ପ୍ରତିଶୃତି ଦେଇଛନ୍ତି ।

ସେହିପରି କଟକ ସ୍ଥିତ ସେସୁ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଏସସିବି ବିସ୍ତାର କାର୍ଯ୍ୟର ଯାଞ୍ଚ ମଧ୍ୟ କରିଥିଲେ । ତାଳଦଣ୍ଡା କେନାଲ, ରାଣୀହାଟ ଅଞ୍ଚଳ ଏବଂ ଯୋବ୍ରାର ଜଳ ନିଷ୍କାସନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହି ଗ୍ରସ୍ତ ସମୟରେ ୫ଟି ସଚିବ ପାଣ୍ଡିଆନଙ୍କ ସହ ପୂର୍ତ୍ତ ସଚିବ ଡ଼ କ୍ରିଷ୍ଣ କୁମାର, ଜିଲ୍ଲାପାଳ, ଆରଡିସି ଓ ପୋଲିସ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, ପୂର୍ବରୁ ୫ଟି ସଚିବ କଟକ ବଡ ମେଡିକାଲ ଗ୍ରସ୍ତ କରି ଏହାର ଉନ୍ନତିକରଣ ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ସେହିପରି ଲଗାତାର ଭାବେ ରାଜ୍ୟର ଅନେକ ପ୍ରମୁଖ ସ୍ଥାନ ୫ଟି ସଚିବ ଗ୍ରସ୍ତ କରିବା ସହ ଏହାର ପୁନରୁଦ୍ଧାର ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି ।

Spread the love