ପୁରୀରେ ପାଣ୍ଡିଆନ, ଶ୍ରୀଜିଉଙ୍କୁ କଲେ ଦର୍ଶନ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ 5ଟି ସଚିବ ଭିକେ ପାଣ୍ଡିଆନ । ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମା କାର୍ଯ୍ୟର ଅନୁଧ୍ୟାନ କରିଥିଲେ ।

କେନ୍ଦ୍ରାପଡାରେ ୬ ବିଜେପି କର୍ମୀ ବହିଷ୍କୃତ

 

ସିଂହଦ୍ଵାର ଠାରୁ ଆରମ୍ଭ କରି ଉତ୍ତରଦ୍ବାର ପର୍ଯ୍ୟନ୍ତ ପରିକ୍ରମା କରି ଅନୁଧ୍ୟାନ କରିଛନ୍ତି ଏବଂ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ତେବେ 5ଟି ସଚିବ ପ୍ରତି ଶନିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ହେଲେ ଆଜି ବସନ୍ତ ପଞ୍ଚମୀରେ ସପରିବାର ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେବାୟତଙ୍କ ପକ୍ଷରୁ ମହାପ୍ରଭୁଙ୍କ ପଦ୍ମବେଶର ଓଲାଗି ହଂସ ତାଙ୍କୁ ପ୍ରଦାନ କରାଯାଇଥିଲା ।

Spread the love