ବାଲେଶ୍ୱରର ବେଳାଭୂମି ଗୁଡିକର ଅନୁଧ୍ୟାନ କଲେ ୫ଟି ସଚିବ

ବାଲେଶ୍ୱରର ବେଳାଭୂମି ଗୁଡିକର ହେବ ଉନ୍ନତିକରଣ । ବାଲେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାଳସରୀ ଓ ଉଦୟପୁର ବେଳାଭୂମି ବୁଲି ଦେଖିଛନ୍ତି ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌, ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର ଓ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ସେମାନେ ବେଳାଭୂମି ବୁଲି ଦେଖିବା ସହ ଏହାର ନକ୍ସା ମଧ୍ୟ ଦେଖିଛନ୍ତି ।

ସୂଚନା ଅନୁଯାୟୀ, ଆଜି ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ ଓ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ବାଲେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାଳସରୀ ଓ ଉଦୟପୁର ବେଳାଭୂମି ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ବେଳାଭୂମିର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ସେହିପରି ୫-ଟି ସଚିବ ବିସ୍ତୀର୍ଣ୍ଣ ବେଳାଭୂମି ବୁଲି ଦେଖିବା ସହ ତାଳସରୀ ଓ ଉଦୟପୁର ବେଳାଭୂମିର କିଭଳି ବିକାଶ କରାଯିବ ଓ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ସେନେଇ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ଫାଇଭ୍‌ ଟି ସଚିବ ଭି.କେ ପାଣ୍ଡିଆନ୍‌।

 

Spread the love