୬.୫ ଲକ୍ଷ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଉଛି, ସୁଦକ୍ଷା ଯୋଜନା ସଫଳ ହୋଇଛି‌: ଦକ୍ଷତା ବିକାଶ ମନ୍ତ୍ରୀ

ଭୁବନେଶ୍ବର: ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ସଫଳତାର ହିସାବ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରୀତି ରଂଜନ ଘଡ଼େଇ। ୨୦୧୯-୨୦ ଆର୍ଥିକ ବର୍ଷରେ ୬.୫ ଲକ୍ଷ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଉଛି। ଗତ ଚାରି ବର୍ଷରେ ଦକ୍ଷତା ପ୍ରତିଷ୍ଠାନ ଗୁଡ଼ିକ ଭିତ୍ତିଭୂମି ସମ୍ପ୍ରସାରଣ କରାଯାଇଛି। ୩୪ଟି ସରକାରୀ ପଲିଟେକନିକ୍, ୮୨ଦକ୍ଷତା ବିକାଶ କେନ୍ଦ୍ର, ଦୁଇଟି ପରିଚାଳନା ପ୍ରତିଷ୍ଠାନ, ୫ଟି ଇଂଜିନିୟରିଂ କଲେଜ ଏବଂ ୩ଟି ବୈଷୟିକ ବିଶ୍ଵବିଦ୍ୟାଳୟ ସହ ୬୦ଶିଳ୍ପ ତାଲିମ କେନ୍ଦ୍ରରେ ଯୁବ ବର୍ଗଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଉଛି।

ସେହିପରି ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ)ରେ ଝିଅମାନଙ୍କ ନାମଲେଖାକୁ ସୁଦୃଢ଼ କରିବା ପାଇଁ ସୁଦକ୍ଷା ଯୋଜନା ସଫଳ ହୋଇଛି‌। ରାଜ୍ୟରେ ବେକାରୀ ହାର ହ୍ରାସ ପାଇଛି‌। ଏକ ସମୃଦ୍ଧ ଭବିଷ୍ୟତ ପାଇଁ ପ୍ରଯୁକ୍ତିବିଦ୍ୟା ଦ୍ବାରା ପରିଚାଳିତ ଦକ୍ଷତାକୁ ପ୍ରତ୍ସାହିତ କରିବା ପାଇଁ ଦକ୍ଷତା ବିକାଶ ବିଭାଗ ପ୍ରତିଶ୍ରୁତି ବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଘଡ଼େଇ କହିଛନ୍ତି।

Spread the love