ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୬ ମାଓବାଦୀ
ମାଲକାନଗିରି : ୬ ମାଓବାଦୀ ସଫା । ଛତିଶଗଡ଼ ନାରାୟଣପୁର ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଅବୁଝାମାଡ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୬ ମାଓବାଦୀ । ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି । ଘଟଣାସ୍ଥଳରୁ ଏକେ-47 ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମୃତ ମାଓବାଦୀଙ୍କ ମୁଣ୍ଡ ଉପରେ ୪୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ମୃତକଙ୍କ ମଧ୍ୟରେ DVCM ଭଳି ଟପ୍ କ୍ୟାଡର ମାଓବାଦୀ ଅଛନ୍ତି । ଏସଟିଏଫ୍, ଡିଆରଜି ଓ ବିଏସଏଫ ଯବାନଙ୍କ ଅନରେସନ ବେଳେ ସଫଳତା ମିଳିଛି ।
