ଆକଘାତୀ ଆକ୍ରମଣ: ୬ ସୈନିକଙ୍କ ମୃତ୍ୟୁ
ଇସଲାମାବାଦ : ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନରେ ପୁଣି ଆଣଘାତୀ ଆକ୍ରମଣ ହୋଇଛି । ବେଲୁଚିସ୍ତାନ ପ୍ରଦେଶର ନୋକୁଣ୍ଡି ଅଞ୍ଚଳରେ ଅବସ୍ଥିତ ଚାଗାଇରେ ଫ୍ରଣ୍ଟିୟର୍ କର୍ପସ୍ (ଏଫସି) ମୁଖ୍ୟାଳୟର ମୁଖ୍ୟ ଫାଟକରେ ସୋମବାର ସକାଳେ ଅ।।ଘାତୀ ବିସ୍ଫୋରଣ ଘଟି ଛଅ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ପାଇଁ ବେଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ (ବିଏଲଫ)ର ସାଦଓ ଅପରେସନାଲ୍ ବାଟାଲିଅନ୍ (ଏସଓବି) ନିଜକୁ ଦାୟୀ କରିଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମୁଖ୍ୟ ଫାଟକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ବିପୁଳ କ୍ଷୟକ୍ଷତି ହୋଇଛି । ପାକିସ୍ତାନୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୁଖ୍ୟ ଫାଟକ ଉପରେ ଆକ୍ରମଣ ପରେ ସଶସ୍ତ୍ର ଆକ୍ରମଣକାରୀମାନେ ନୋକୁଣ୍ଡିରେ ଥିବା ଏଫସି ମୁଖ୍ୟାଳୟରେ ପ୍ରବେଶ କରିଥିଲେ । ଏଠାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଆକ୍ରମଣକୁ ଦେଖି ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଅନ୍ୟପଟେ ସୁରକ୍ଷାବାହିନୀକୁ ସହାୟତା ପାଇଁ କେ୍ୱଟାରୁ ଦୁଇଟି ହେଲିକପ୍ଟର ପଠାଯାଇଛି ।
