ନେପାଳ ବନ୍ୟା ୬୦ ମୃତ, ଶତାଧିକ ନିଖୋଜ

ନେପାଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବିଗତ ୨ ଦିନ ମଧ୍ୟରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ନିଖୋଜ ଅଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୬୦ ଅତିକ୍ରମ କରିଥିବା ବେଳେ ଲକ୍ଷାଧିକ ଲୋକ ପାଣିଘେରରେ ଥିବା ଜଣାପଡ଼ିଛି। ଗତ ଗୁରୁବାରଠାରୁ ନେପାଳରେ ଲଗାଣ ବର୍ଷା ଯୋଗୁଁ ଦେଶର ୭୭ଟି ଜିଲ୍ଲାରୁ ୨୦ଟି ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଘର ଏବଂ କାନ୍ଥ ଭୁଶୁଡ଼ି ଜୀବନହାନି ହୋଇଛି ବୋଲି‌ ନେପାଳ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବନ୍ୟା ମୁକାବିଲା ପାଇଁ ନେପାଳ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଲୋକଙ୍କ ନିକଟରେ ରିଲିଫ୍‌ ପହଞ୍ଚୁନଥିବାରୁ ସ୍ଥିତି ଜଟିଳ ହେଉଛି । ପ୍ରାୟ ୨୮ ହଜାର ପୁଲିସ କର୍ମୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Spread the love