୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କଟକ : କଟକ ନରସିଂହପୁର ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୬୦ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସୂଚନାନୁଯାୟୀ ଥାନା ଅଧିନ ବାଗଧରିଆ ଛକ ଠାରେ ଅବକାରୀ ବିଭାଗ ଆଠଗଡ଼ ଓ ନରସିଂହପୁର ପକ୍ଷରୁ ମିଳିତ ପେଟ୍ରୋଲିଙ୍ଗ ବେଳେ ଗଞ୍ଜେଇ ଚୋରା ଚାଲଣକାରୀକୁ ମାଡ଼ି ବସିଥିଲେ । ମାରୁତି ସୁଇପ୍ଟ ଡିଜାୟର କାର ଗାଡିରେ ଏହି ଗଞ୍ଜେଇ ଚୋରାରେ ଚାଲଣ ହେଉଥିଲା ।

ଗିରଫ ଯୁବକଙ୍କ ଘର ନୟାଗଡ଼ ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ନାମ ମାନସ ପ୍ରଧାନ ବୋଲି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ଅବକାରୀ ଆକ୍ଟ ୫୭ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ଗଞ୍ଜେଇ ବୋଝେଇ କାର ଗାଡିଟି କନ୍ଧମାଳ ଅଞ୍ଚଳରୁ ଭାୟା କାନପୁର ବାଗଧରିଆ ହୋଇ ପଶ୍ଚିମବଙ୍ଗ ଅଭିମୁଖେ ଯିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲା । ଏହି ଚଢ଼ାଉ ବେଳେ ଅବକାରୀ ବିଭାଗ ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ. ଅରୁଣ ଭୋଇ.ଏଏସଇ ସଞ୍ଜୟ କୁମାର ରାଉତ ପ୍ରମୁଖ ସାମିଲ ଥିଲେ ।

Spread the love