କାବୁଲ ବିମାନବନ୍ଦରରେ ସିରିଜ ବିସ୍ଫୋରଣ : ୧୨ ୟୁଏସ ଯବାନଙ୍କ ସମେତ ୬୦ ମୃତ

କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ବାହାରେ ଗୁରୁବାର ଦିନ ଘଟିଥିବା ବିସ୍ଫୋରଣରେ ୬୦ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ସ୍ପଷ୍ଟ କରିଛି ତାଲିବାନ। ଏହି ଘଟଣାରେ ଅନେକ ତାଲିବାନୀ ଗାର୍ଡ ମାନେ ମଧ୍ୟ ଆହତ ହୋଇଛନ୍ତି।

ଜଣେ ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ବିସ୍ଫୋରଣରେ ୧୨ ଆମେରିକୀୟ ଯବାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତାହତ ତଥା ଆହତ ବ୍ୟକ୍ତି ମାନଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନଥିବା ବେଳେ ସେମାନେ କେଉଁଠିକାର ଲୋକ, ସେନେଇ ସ୍ପଷ୍ଟ ହୋଇପାରିନାହିଁ ।ଆଇଏସ୍ ପକ୍ଷରୁ ଆକ୍ରମଣ ନେଇ ଧମକ ଦିଆଯାଇଥିଲା । ତେବେ ଏହି ଘଟଣା ପରେ ଜନସାଧାରଣଙ୍କୁ କାବୁଲ ଏୟାରପୋର୍ଟରୁ ଦୂରେଇ ରହିବା ପାଇଁ ଅନୁରୋଧ କରାଯାଇଛି ।କିଛି ଘଣ୍ଟା ତଳେ ଆମେରିକା ଦୂତାବାସ କାବୁଲ ଏୟାରପୋର୍ଟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲା । ଦୂତାବାସ ପକ୍ଷରୁ ଆମେରିକୀୟ ନାଗରିକଙ୍କୁ ଏୟାରପୋର୍ଟର ପୂର୍ବ ଓ ଉତ୍ତର ଦିଗରେ ଥିବା ଗେଟ ପାଖରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲା ।

Spread the love