ଆଜି ୧୫ ଜିଲ୍ଲାରୁ ୬୩ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଲା

ଆଜି ରାଜ୍ୟରେ  ପୁଣି ନୂଆ ୬୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୭୨୩ କୁ ବୃଦ୍ଧି ପାଇଛି।

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୬୧ଜଣ ସଙ୍ଗରୋଧରେ ଥିଲେ ଏବଂ ଦୁଇଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ୧୫ଟି ଜିଲ୍ଲାରୁ ଏହି ୬୩ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ରହିଥିବାବେଳେ ନୟାଗଡ଼ ଜିଲ୍ଲାରୁ ୭ଜଣ ସଂକ୍ରମିତ ଅଛନ୍ତି। ଜଗତସିଂହପୁର ଜିଲ୍ଲାରୁ ୧୧ଜଣ, ବଲାଙ୍ଗୀରରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମରୁ ୪, ବାଲେଶ୍ୱରରୁ ୩ ଜଣ, କଟକରୁ ୩ ଜଣ, ସୁନ୍ଦରଗଡ଼ରୁ ୨ ଜଣ, ମୟୁରଭଞ୍ଜ , ପୁରୀ, ସମ୍ବଲପୁର, କୋରାପୁଟ, ଝାରସୁଗୁଡ଼ା ଓ ନବରଙ୍ଗପୁର ଓ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଢେଙ୍କନାଳ ଜିଲ୍ଲାରୁ ୯ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଥିବା ବେଳେ ୮୮୯ଜଣ ସୁସ୍ଥ ହୋଇଛନ୍ତି।  କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।

Spread the love