ଖଣି ଓ ଇସ୍ପାତ ବିଭାଗରେ ନିଯୁକ୍ତି ପାଇଲେ ୬୫ ଅଧିକାରୀ
ଖଣି ଓ ଇସ୍ପାତ ବିଭାଗରେ ନିଯୁକ୍ତି ପାଇଲେ ୬୫ ଅଧିକାରୀ । ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରାଯାଉଛି । ଫାଇଭ ଟି ଓ ମୋ ସରକାର ଭଳି ପଦକ୍ଷେପ ମାଧ୍ୟମରେ ସରକାର ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି ।
ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ସମସ୍ତେ ନ୍ୟାୟପୂର୍ଣ୍ଣ ଭାବେ କାର୍ଯ୍ୟ କରନ୍ତୁ । ସଚ୍ଚୋଟତା ଓ ଅଖଣ୍ଡତା ସହ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରନ୍ତୁ । ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ହୋଇଛି ବୈପ୍ଳବିକ ପରିବର୍ତ୍ତନ । ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି ।